BREAKING: ବଢ଼ୁଛି ତାତିର ପ୍ରକୋପ, ଝାରସୁଗୁଡ଼ା ସବୁଠାରୁ ଉତ୍ତପ୍ତ
ସାଢ଼େ ୨ଟା ସୁଦ୍ଧା ଝାରସୁଗୁଡ଼ା ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର। ଝାରସୁଗୁଡ଼ାରେ ୪୪.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।
ଭୁବନେଶ୍ୱର: ରାଜ୍ୟରେ କିଛି ଦିନ କାଳବୈଶାଖୀ ପରେ ଏବେ ରାଜ୍ୟରେ ବଢ଼ିଛି ତାତିର ପ୍ରକୋପ। ସାଢ଼େ ୨ଟା ସୁଦ୍ଧା ଝାରସୁଗୁଡ଼ା ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର। ଝାରସୁଗୁଡ଼ାରେ ୪୪.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।
ସେହିପରି ଝାରସୁଗୁଡ଼ା ତଳକୁ ରହିଛି ସମ୍ବଲପୁର ସହର। ସମ୍ବଲପୁରରେ ୪୨.୬ ଡିଗ୍ରୀ ତାପାମାତ୍ରା ରେକର୍ଡ କରାଯାଇଛି । ସେହିପରି ହୀରାକୁଦରେ ୪୧.୮ ଡିଗ୍ରୀ, ରାଉରକେଲାରେ ୪୧. ୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।
କେନ୍ଦୁଝର ୩୭. ୮ ଡିଗ୍ରୀ, ଚାନ୍ଦବାଲି ୩୭.୬ ଡିଗ୍ରୀ, ବାଲେଶ୍ୱର ୩୬.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।
ଭୁବନେଶ୍ୱରରେ ତାପମାତ୍ରା ୩୫.୨ ଡିଗ୍ରୀ ରେକର୍ଡ କରାଯାଇଛି।