BIG BREAKING: ପିସିଆର ଉପରେ ମାଡ଼ିଗଲା ଟ୍ରକ୍, ୨ ପୋଲିସ କର୍ମଚାରୀଙ୍କର ଚାଲିଗଲା ଜୀବନ
ବଡ଼ ଦୁର୍ଘଟଣା: ପିସିଆରକୁ ଚାପିଦେଲା ଟ୍ରକ୍, ଦୁଇ ପୋଲିସ କର୍ମଚାରୀଙ୍କ ମୃତ୍ୟୁ
କଟକ: ସକାଳୁ ସକାଳୁ ଏକ ବଡ଼ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। ପିସିଆର ଉପରେ ମାଡ଼ିଯାଇଛି ଟ୍ରକ୍। ଏହି ଦୁର୍ଘଟଣାରେ ୨ଜଣ ପୋଲିସ କର୍ମଚାରୀଙ୍କର ମୃତ୍ୟୁ ଘଟିଛି। ସୂଚନା ମୁତାବକ, କଟଟ-ପାରାଦୀପ ରାସ୍ତାରେ ଗତିରାଉତପାଟଣାରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି।
ସିଆରଆରଆଇ ଥାନା ପିସିଆର ରାତିରେ ପେଟ୍ରୋଲିଂ କରିବା ବେଳେ ଟ୍ରକ୍ ଚାପିଦେଇଛି। ଏଥିରେ ଓଏପିଏଫ ଯବାନଙ୍କ ସହ ହୋମଗାର୍ଡଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।
ଏହି ଦୁର୍ଘଟଣାରେ ଜଣେ ଗୁରୁତର ପୋଲିସ କର୍ମଚାରୀଙ୍କୁ ଏସସିବିରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଟ୍ରକ୍ ଡ୍ରାଇଭରକୁ ଅଟକ ରଖି ପୋଲିସ ଛାନ୍ଭିନ୍ ଜାରି ରଖିଛି।