ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ଲହରୀ ଜାରି ରହିଛି। ତେବେ ଆଜି ସକାଳୁ ସକାଳୁ ଲୋକଙ୍କୁ କଲବଲ କଲାଣି ତାତି। ସକାଳ ସାଢେ ୮ଟାରେ ୩୪ ଡିଗ୍ରୀ ଟପିଲା ଖରା। ଝାରସୁଗୁଡ଼ା, ସମ୍ବଲପୁର ତାପମାତ୍ରା ୩୪ ଡିଗ୍ରୀ ଟପିଛି।
ଝାରସୁଗୁଡ଼ାର ତାପମାତ୍ରା ୩୪.୮ ଥିବା ବେଳେ ସମ୍ବଲପୁରର ତାପମାତ୍ରା ୩୪.୪ ଡିଗ୍ରୀ ରହିଛି। ସେହିପରି ଭୁବନେଶ୍ୱରରେ ୩୨ ଡିଗ୍ରୀ, କଟକରେ ତାପମାତ୍ରା ୩୩.୬ ଡିଗ୍ରୀ ରହିଛି।
ଦିନକୁ ଦିନ ବଢ଼ି ଚାଲିଛି ତାତି । ତେବେ ଖରା ପାଇଁ ଲୋକେ ଆଉଟୁ ପାଉଟୁ ହେଉଥିବା ବେଳେ ଅସୁସ୍ଥତା ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ରୌଦ୍ରତାପଜନିତ ଅସୁସ୍ଥତା ବି ବଢ଼ୁଛି । ବର୍ତ୍ତମାନ ସୁଦ୍ଧା ୪୯ ରୌଦ୍ରତାପଜନିତ କାରଣରୁ ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି ।
ସମ୍ବଲପୁରରୁ ସର୍ବାଧିକ ୪୦ ଜଣ ଅସୁସ୍ଥ ସୂଚନା ରହିଛି । ଏନେଇ ସୂଚନା ଦେଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନୀଳକଣ୍ଠ ମିଶ୍ର । ଗତକାଲି ସାଢ଼େ ୨ରେ ଝାରସୁଗୁଡ଼ା ୪୪.୮ ତାପମାତ୍ରା ରେକର୍ଡ କରାଯାଇଥିଲା।
ସେହିପରି ସମ୍ବଲପୁର ୪୨.୬, ହୀରାକୁଦ ୪୧.୮, ରାଉରକେଲା ୪୧.୨ -କେନ୍ଦୁଝର ୩୭.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଚାନ୍ଦବାଲି ୩୭.୬, ବାଲେଶ୍ବର ୩୬.୨, ଭୁବନେଶ୍ବର ତାପମାତ୍ରା ୩୫.୨ ଡିଗ୍ରୀ ରେକର୍ଡ କରାଯାଇଥିଲା।