ରାଜଧାନୀରୁ ୮ ବର୍ଷର ପିଲାକୁ ଅପହରଣ, ପଞ୍ଚଗାଁ ନିକଟରୁ ଉଦ୍ଧାର କଲା ପୋଲିସ

ସ୍କୁଲରୁ ଫେରିବା ବେଳେ ଅପହୃତ ହୋଇଥିଲେ ନାବାଳକ । ଖୋଜିଲା ପୋଲିସ ।

ଭୁବନେଶ୍ବର: ରାଜଧାନୀରୁ ଅପହୃତ ଛୁଆ ଉଦ୍ଧାର । ରାଜଧାନୀରୁ ୮ ବର୍ଷର ପିଲାକୁ ଅପହରଣର କିଛି ଘଣ୍ଟା ଭିତରେ ଉଦ୍ଧାର କରାଯାଇଛି ।

ଏୟାରଫିଲ୍ଡ ଥାନା ପଞ୍ଚଗାଁ ନିକଟରୁ ଉଦ୍ଧାର କଲା ପୋଲିସ  । ଖବର ଅନୁସାରେ, ମୁଣ୍ଡରେ ବନ୍ଧୁକ ଲଗାଇ କଳା କାର୍‌ରେ ଅପହରଣ କରାଯାଇଥିଲା ।

ଅପହର୍ତ୍ତାମାନେ ୨୦ ଲକ୍ଷ ଟଙ୍କା ମାଗିଥିବା ନେଇ ସୂଚନା ରହିଛି । ୩ଟି ପୋଲିସ ଟିମ୍‌ର ତ୍ବରିତ ପଦକ୍ଷେପ ଯୋଗୁଁ ପିଲା ଉଦ୍ଧାର କରାଯାଇଛି ।

ତେବେ ସ୍କୁଲରୁ ଫେରିବା ବେଳେ ଛୁଆକୁ ଅପହରଣ କରାଯାଇଥିବା ସୂଚନା ରହିଛି । ତେବେ ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା କାହାରିକୁ ଗିରଫ କରାଯାଇ ନଥିବା ବେଳେ କିଏ କିଏ ସମୃକ୍ତି ରହିଛି ସେନେଇ ପୋଲିସ ଛାନଭିନ୍ ଆରମ୍ଭ କରିଛି ।

ପ୍ରକାଶଥାଉକି, ନିକଟରେ ରାମ ମନ୍ଦିର ନିକଟରୁ ଛୁଆକୁ ଅପହରଣ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ।  ଦୀର୍ଘ ୫୦ ଘଣ୍ଟା ପରେ ଜୟନ୍ତୀଙ୍କ କୋଳକୁ ଫେରିଥିଲା ତାଙ୍କ ଆଖିର ତାରା କେଶବ ।