Breaking: ୨୪ରେ ମୁଖ୍ୟମନ୍ତ୍ରୀ ବାଣ୍ଟିବେ ନୂଆ ରାସନ କାର୍ଡ: ମନ୍ତ୍ରୀ ଦେଲେ ଖୁସି ଖବର

ଭୁବନେଶ୍ୱର: ୨୪ରେ ମିଳିବ ନୂଆ ରାସନ କାର୍ଡ । ଗୁରୁବାର ନୂଆ ରାସନ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ପୁରୀରେ ପଞ୍ଚାୟତିରାଜ ଦିବସ ପାଳନ ବେଳେ ବଣ୍ଟାଯିବ ନୂଆ ରାସନ କାର୍ଡ । ୫୦ ଲକ୍ଷ ୯୦ ହଜାର ନୂଆ ହିତାଧିକାରୀ ରାସନ କାର୍ଡ ପାଇବେ ।

ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଏ.,ଯାବତ ପ୍ରାୟ ୨୫ ଲକ୍ଷ ଇ-କେୱାଇସି କରି ନାହାନ୍ତି କହିଲେ ମନ୍ତ୍ରୀ ।

ଏନେଇ ଅଫିସରମାନେ ଫିଲ୍ଡ ୱାର୍କ କରି ଅନୁଧ୍ୟାନ କରିବେ ।