ଦିଲ୍ଲୀ, ମୁମ୍ବାଇରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ସୀମାରେ ଚେକିଂ ଜାରି

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଦେଶର ଅନ୍ୟ ପର୍ଯ୍ୟଟନ ସ୍ଥଳୀକୁ ନେଇ ହାଇ ଆଲର୍ଟ ଜାରି କରିଛନ୍ତି ସରକାର ।

ଦିଲ୍ଲୀ, ଜୟପୁର, ଅମ୍ରିତସରରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା କରି ସ୍ଥାନୀୟ ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯାଇଛି । ଦିଲ୍ଲୀ ପୋଲିସ ସହରର ସୁରକ୍ଷା ବ୍ୟବସ୍ଥାକୁ ଟାଇଟ୍ କରିଦେଇଥିବାବେଳେ ବର୍ଡରରେ ଚେକିଂ ଜାରି ରଖିଛି ।

ମୁମ୍ବାଇରେ ମଧ୍ୟ ସମାନ ପଦକ୍ଷେପ ଆଣାଇଛି ପୋଲିସ । ସହରରେ କଡାକଡ଼ି କରାଯାଇଛି ସୁରକ୍ଷା ବ୍ୟବସ୍ଥା । ସମସ୍ତ ଉଚ୍ଚ ପୋଲିସ ଅଧିକାରୀ ଆଲର୍ଟ ଥିବାବେଳେ ସୁରକ୍ଷା ପରିଚାଳନା ଉପରେ ସମସ୍ତଙ୍କ ନଜର ରହିଛି ।

ମଙ୍ଗଳବାର ଅପରାହ୍ନରେ ଜମ୍ମୁ-କଶ୍ମୀର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ଯୋଗୁ ୨୬ ଜଣଙ୍କ ମୃତୁ୍ୟ ଘଟିଛି । ଲକ୍ସର-ଇ- ତୋଇବା ଆତଙ୍କୀ ସଙ୍ଗଠନ ଏ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ।