ଆତଙ୍କବାଦୀ ଆକ୍ରମଣର ଭିନ୍ନ ପ୍ରତିବାଦ, ଖବରକାଗଜ ଗୁଡ଼ିକର ଫ୍ରଣ୍ଟ ପେଜ୍ ହେଲା କଳା

କାଶ୍ମୀରର ଅନେକ ଖବରକାଗଜ ସଂସ୍ଥା ପେପର ପ୍ରଥମ ପୁଷ୍ଠାକୁୂ କଳା କରି ଏହି ଘଟଣାକୁ ନିନ୍ଦା କରିଛନ୍ତି

ଜମ୍ମୁକାଶ୍ମୀର: ବୁଧବାର ଦିନ ଆତଙ୍କୀ ଖେଳିଥିଲେ ରକ୍ତର ହୋଲି। ୨୬ ଜଣ ପର୍ଯ୍ୟଟକଙ୍କୁ ଧର୍ମ ପଚାରି କରିଥିଲେ ଗୁଳିଚାଳନା। ଏଭଳି ନୃଶଂସ ଘଟଣାର କଠୋର ପ୍ରତିବାଦ କରୁଛନ୍ତି କାଶ୍ମୀରବାସୀ। ଆତଙ୍କୀଙ୍କୁ ଏହାର ଜବାବ ପାଇଁ ଦାବି କରୁଛନ୍ତି।

ଏହାରି ଭିତରେ କାଶ୍ମୀରର ଅନେକ ଖବରକାଗଜ ସଂସ୍ଥା ପେପର ପ୍ରଥମ ପୁଷ୍ଠାକୁୂ କଳା କରି ଏହି ଘଟଣାକୁ ନିନ୍ଦା କରିଛନ୍ତି। ଧଳା କିମ୍ବା ଲାଲ ରଙ୍ଗ ହେଡ଼ଲାଇନରେ ଘଟଣାକୁ ନିନ୍ଦା କରିବା ସହ ପେପରକୁ ପ୍ରଥମ ପୁୁଷ୍ଠାକୁ କଳା କରିଥିବା ଦେଖିବାକୁ ମିଳିଛି।

ଖବର କାଗଜ ସଂସ୍ଥା ସମୂହ ଭାବେ ଏହି ଘଟଣାକୁ ନିନ୍ଦା କରିବା ସହ କଠୋର ପଦକ୍ଷେପ ପାଇଁ ପେପର ପ୍ରଥମ ପୁଷ୍ଠାକୁ କଳା କରି ଏହାର ପ୍ରତିବାଦ କରିଛନ୍ତି।

ଗ୍ରେଟର କାଶ୍ମୀର, ରାଇଜିଂ କାଶ୍ମୀର, କାଶ୍ମୀର ଉଜମା, ଆଫତାବ ଏବଂ ତେଅମିଲ ଇରଶାଦ ସମେତ ପ୍ରମୁଖ ଇଂରାଜୀ ଏବଂ ଉର୍ଦ୍ଦୁ ଦୈନିକ ଖବରକାଗଜରେ ପ୍ରଥମ ପେପରରୁୂ କରାଯାଇଥିବା ପରିବର୍ତ୍ତନ ହିଁ କାଲି ଆତଙ୍କବାଦୀ ଘଟାଇଥିବା ହିଂସା କଥା ମନପକାଉଛି।

ପ୍ରମୁଖ ଇଂରାଜୀ ଦୈନିକ ଗ୍ରେଟର କାଶ୍ମୀରରେ କଳା ଲେଆଉଟରେ ଧଳା ରଙ୍ଗରେ ଶୀର୍ଷକ ଲେଖାଯାଇଥିଲା, “କ୍ରୁଏଲ୍‌: କାଶ୍ମୀର ଧ୍ୱଂସପ୍ରାପ୍ତ, ଶୋକରେ କାଶ୍ମୀରୀ”, ତା’ପରେ ଲାଲ ରଙ୍ଗରେ ଉପଶୀର୍ଷକ ଲେଖାଯାଇଥିଲା, “ପହଲଗାମରେ ଘାତକ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ନିହତ”।

ଖବରକାଗଜର ପ୍ରଥମ ପୃଷ୍ଠାର ସମ୍ପାଦକୀୟରେ “ତୃଣଭୂମିରେ ନରସଂହାର – କାଶ୍ମୀରର ଆତ୍ମାକୁ ସୁରକ୍ଷା ଦିଅ” ଶୀର୍ଷକ ଲେଖାଯାଇଥିଲା। ଏହି ଆକ୍ରମଣ ଜମ୍ମୁ ଏବଂ କାଶ୍ମୀର ଉପରେ ଏକ କଳା ଛାୟା ପକାଇ ଦେଇଛି, ଯେଉଁ ଅଞ୍ଚଳ “ପୃଥିବୀରେ ସ୍ୱର୍ଗ” ଭାବରେ ନିଜର ଐତିହ୍ୟକୁ ପୁନଃପ୍ରାପ୍ତ କରିବାକୁ ଚେଷ୍ଟା କରୁଛି।

“ଭୟଙ୍କର: କାଶ୍ମୀର ଗଟେଡ୍‌, କାଶ୍ମୀରିଜ୍ ଗ୍ରୀଭିଂ”, ପ୍ରମୁଖ ଇଂରାଜୀ ଦୈନିକ ଗ୍ରେଟର କାଶ୍ମୀରର ଶିରୋନାମା କଳା ଲେଆଉଟରେ ଧଳା ରଙ୍ଗରେ ପ୍ରକାଶିତ ହୋଇଥିଲା, ତା’ପରେ ଲାଲ ରଙ୍ଗରେ “ପହଲଗାମରେ ମାରାତ୍ମକ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ନିହତ” ଉପଶୀର୍ଷକ ଥିଲା।