(Video) ଭୁଲ୍ କଲେ ଛାତ୍ରୀ; ମାଡ଼ ଖାଇଲେ ମ୍ୟାଡାମ୍: ଶିକ୍ଷକୟିତୀଙ୍କୁ ଚପଲରେ ପିଟିଲେ ଇଞ୍ଜିନିୟରିଂ ଛାତ୍ରୀ

ଛାତ୍ରୀ-ମ୍ୟାଡାମ୍ କଳି । ଫୋନ୍ ପାଇଁ କଲେଜ କ୍ୟାମ୍ପସରେ ମାଡ଼ଗୋଳ ।

ଓଡ଼ିଶା ଭାସ୍କର: ସୋସିଆଲ ମିଡିଆରେ ଏକ ଭିଡିଓ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଜାଣେ ଛାତ୍ରୀ ଶିକ୍ଷୟିତ୍ରୀଙ୍କୁ ମାଡ଼ ମାରୁଥିବାର ଦେଖିବାକୁ ମିଳିଛି ।

ଭାଇରାଲ ଭିଡିଓ ଅନୁସାରେ ଜଣେ ଛାତ୍ରୀ ପ୍ରଥମେ ଚିକ୍ରାର କରି ଶିକ୍ଷୟତ୍ରୀଙ୍କ ସହ କଥା ହୋଇଥିବାବେଳେ ତା’ପରେ ତୁରନ୍ତ ପାଦରୁ ଚପଲ କାଢ଼ି ଶିକ୍ଷୟିତ୍ରୀଙ୍କ ପାଖକୁ ମାଡ଼ିଯାଇଥିଲେ; ଏହାପରେ ଚପଲ ଉଠାଇ ଶିକ୍ଷତ୍ରୀଙ୍କୁ ମାଡ଼ ମାରିଥିଲେ ।

ଏହାପରେ ଶିକ୍ଷୟତିତ୍ରୀ ଜଣଙ୍କ ତୁରନ୍ତ ତାଙ୍କ ହାତରୁ ଚପଲ ଛଡ଼ାଇ ନେଇ ଛାତ୍ରୀଙ୍କୁ ମାରିବା ଆରମ୍ଭ କରିଦେଲେ । ସେଠାରେ ଉପସ୍ଥିତ ଅନ୍ୟ ଷ୍ଟାଫମାନେ ମଧ୍ୟ ଛାତ୍ରୀଙ୍କୁ ଧରି ମାଡ଼ ମାରିଥିଲେ ।

ଭିଡିଓଟି ରଘୁ ଇଞ୍ଜିନିୟରିଂ କଲେଜର ବୋଲି ଜରାପଡ଼ିଛି । ଛାତ୍ରୀ ଜଣକ କ୍ଲାସ ରୁମରେ ଫୋନ ବ୍ୟବହାର କରୁଥିବାବେଳେ ଶିକ୍ଷୟିତ୍ରୀ ଫୋନଟିକୁ ଛଡ଼ାଇ ନେଇଥିଲେ । ଯାହାପରେ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ।

ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।