ଶ୍ରୀନଗରରେ ସୁରକ୍ଷା ସ୍ଥିତି ସମୀକ୍ଷା କରୁଛନ୍ତି ସେନାଧ୍ୟକ୍ଷ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ

୧୫ କୌର କମାଣ୍ଡର ତାଙ୍କ ଅଞ୍ଚଳ ଭିତରେ ସୁରକ୍ଷା ସ୍ଥିତି ଏବଂ ଆତଙ୍କବାଦୀଙ୍କ ବିରୁଦ୍ଧରେ ନିଆଯାଉଥିବା କାର୍ଯ୍ୟାନୁଷ୍ଠାନ ବିଷୟରେ କଲେ ଅବଗତ

ଶ୍ରୀନଗର: ପହଲଗାମ ଆତଙ୍କୀ ଆକମଣ ପରେ ଏବେ ଶ୍ରୀନଗରରେ ପହଞ୍ଚିଛନ୍ତି ସେନାଧ୍ୟକ୍ଷ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ। ପହଲଗାମରେ ଆକ୍ରମଣର ସ୍ଥିତି ସମୀକ୍ଷା କରିବେ ସେନାଧ୍ୟକ୍ଷ।

୧୫ କୌର କମାଣ୍ଡର ତାଙ୍କ ଅଞ୍ଚଳ ଭିତରେ ସୁରକ୍ଷା ସ୍ଥିତି ଏବଂ ଆତଙ୍କବାଦୀଙ୍କ ବିରୁଦ୍ଧରେ ନିଆଯାଉଥିବା କାର୍ଯ୍ୟାନୁଷ୍ଠାନ ବିଷୟରେ ଅବଗତ କରାଉଛନ୍ତି।

ନିୟନ୍ତ୍ରଣ ରେଖାରେ ପାକିସ୍ତାନୀ ସେନାର ଅସ୍ତ୍ରବିରତି ଉଲ୍ଲଂଘନ ପ୍ରୟାସ ବିଷୟରେ ମଧ୍ୟ କୋର୍ପସ କମାଣ୍ଡର ବିସ୍ତାରିତ ଭାବରେ ରିପୋର୍ଟ କରୁଛନ୍ତି।

ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ସେନାଧ୍ୟକ୍ଷ ମୁଖ୍ୟଙ୍କ ସହ ବୈଠକ କରିବେ । ଏହି ବୈଠକରେ ପହଲଗାମ ଆତଙ୍କୀ ଆକ୍ରମଣ ପରେ ସେଠାକାର ସୁରକ୍ଷା ସ୍ଥିତି ଏବଂ ଯବାନଙ୍କ ଅପରେସନ ଉପରେ ରଣନୀତି ପ୍ରସ୍ତୁତ ହେବ।