ଭୁବନେଶ୍ୱର: ସକାଳୁ ସକାଳୁ ରାଜଧାନୀରେ ଏକ ବଡ଼ ଘଟଣା ସାମ୍ନାକୁ ଆସିଛି । ବରମୁଣ୍ଡା ଦଳିତ ସାହିରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ମୃତ ଯୁବକଙ୍କ ବୟସ ୨୨ ବର୍ଷ । ତାଙ୍କର ହତ୍ୟା ହୋଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି ।
ସୂଚନାନୁଯାୟୀ, ଯୁବକ ଜଣକ ମନ୍ଦିରରେ ପ୍ରେମ ବିବାହ କରିଥିଲେ । ଝିଅ ଘର ଲୋକ ଏହି ବିବାହରେ ରାଜି ନଥିଲେ । ତାଙ୍କ ଝିଅ ପରିବାର ଲୋକଙ୍କ ବିରୋଧରେ ଯାଇ ପୁଅକୁ ମନ୍ଦିରରେ ବିବାହ କରିଥିଲା ।
ଏ ନେଇ ମୃତ ଯୁବକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ, ଝିଅ ଘର ଲୋକେ ତାଙ୍କ ପୁଅର ହତ୍ୟା କରିଛନ୍ତି । ଏହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।