କଟକ,୨୯ା୪: ଯାତ୍ରା ଅଭିନେତ୍ରୀ ସୋନାଲି ପଣ୍ଡା ମଙ୍ଗଳବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ତେବେ ସୋନାଲି ତାଙ୍କ ସ୍ୱାମୀଙ୍କ ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ଜଣାପଡ଼ିଛି ।
କିଛିଦିନ ତଳେ ସୋନାଲିଙ୍କ ସ୍ୱାମୀ ଶ୍ରୀକ୍ଷେତ୍ର ପ୍ରସାଦ ସାମନ୍ତସିଂହାର ତୁଳସୀ ଗଣନାଟ୍ୟ ମାଲିକ ତାଙ୍କ ସ୍ତ୍ରୀ ସୋନାଲିଙ୍କୁ ଫସାଇ ପାଖରେ ରଖିଥିବା ଅଭିଯୋଗ କରିଥିଲେ । ସୋନାଲିଙ୍କ ବିରୋଧରେ ହୋଇଥିବା ଏହି ଅଭିଯୋଗକୁ ନେଇ ସେ ଆଜି କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।
ସୋନାଲି କହିଛନ୍ତି, ସେ ନାବାଳିକା ଥିବା ସମୟରେ ଶ୍ରୀକ୍ଷେତ୍ର ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଯାହା ଫଳରେ ସେ ଏକ ସନ୍ତାନର ମା’ ହୋଇଥିଲେ । ତେବେ ଦୀର୍ଘ ୧୦ ବର୍ଷ ହେଲା ଶ୍ରୀକ୍ଷେତ୍ରଙ୍କ ସହ ତାଙ୍କର କୌଣସି ସମ୍ପର୍କ ନାହିଁ । ସେ ଏବେ ଅଲଗା ରହୁଛନ୍ତି । ଶ୍ରୀକ୍ଷେତ୍ର ତାଙ୍କୁ ଅଯଥାରେ ବଦନାମ କରୁଛନ୍ତି ବୋଲି ସୋନାଲିଙ୍କ ଓକିଲ ବ୍ୟୋମକେଶ ତି୍ରପାଠୀ କହିଛନ୍ତି ।