ପବିତ୍ର ଅକ୍ଷୟ ତୃତୀୟାରେ ଚଳଚଞ୍ଚଳ ଶ୍ରୀକ୍ଷେତ୍ର, ଆଜି ଅନୁକୂଳ ହେବ ରଥ କାଠ
ଆଜି ପବିତ୍ର ଅକ୍ଷୟ ତୃତୀୟାରେ ଅନୁକୂଳ ହେବ ରଥକାଠ
ପୁରୀ: ଆଜି ପବିତ୍ର ଅକ୍ଷୟ ତୃତୀୟା। ଏହି ଅବସରରେ ଆଜି ଚଳଚଞ୍ଚଳ ପୁରୀ ଶ୍ରୀକ୍ଷେତ୍ର। ଆଜି ଅନୁକୂଳ ହେବ ରଥକାଠ। ଆଗକୁ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଏନେଇ ଆଜି ଶୀତଳ ଉପଚାରରେ ଚାପ ଖେଳିବେ ମଦନମୋହନ। ଆରମ୍ଭ ହୋଇଛି ଚାପ ନିର୍ମାଣ। ନନ୍ଦା ଓ ଭଦ୍ରା ସଜେଇ ହେଉଛି। ଏଥିସହ ତୀର୍ଥ ନରେନ୍ଦ୍ର ପୁଷ୍କରିଣୀ ସଜେଇ ହୋଇଛି।
ଏହା ବ୍ୟତୀତ ରଥ ନିର୍ମାଣ ଅନୁକୂଳ ପାଇଁ ଭୋଇ ସେବାୟତ ମାନେ ଚାଳ ପ୍ରସ୍ତୁତ କରିଛନ୍ତି। ୨୯୮ ଖଣ୍ଡ କାଠ ରଥଖଳାରେ ଆସି ପହଞ୍ଚିଛି। ଖରାକୁ ଦୃଷ୍ଟିରେ ରଖି ଚାଳି ସହ ସେବକଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରାଯାଇଛି।
ଅନ୍ୟପକ୍ଷେ, ଅକ୍ଷୟ ତୃତୀୟା ଏବଂ ଚନ୍ଦନ ଯାତ୍ରା ପାଇଁ ପୁରୀ ପୋଲିସର ବ୍ୟାପକ ପ୍ରସ୍ତୁତି। ସୁରକ୍ଷା ଦାୟିତ୍ୱରେ ରହିବେ ୫ ପ୍ଲାଟୁନ ଫୋର୍ସ ପୋଲିସ। ଗତବର୍ଷ ବାଣ ବିସ୍ଫୋରଣ ଭଳି ଅଘଟଣକୁ ଏଡାଇବା ଲାଗି ବାଣ ଫୁଟାଇବା ପାଇଁ ମନା କରାଯାଇଛି।