କେନ୍ଦ୍ରାପଡ଼ା: ଆଜିଠାରୁ ଭିତରକନିକା ବନ୍ଦ । ୩ ମାସ ଧରି ଭିତରକନିକା ବନ୍ଦ ନେଇ ସୂଚନା ଦେଲା ବନ ବିଭାଗ ।
ବର୍ତ୍ତମାନ ବଉଳା କୁମ୍ଭୀରମାନଙ୍କ ପ୍ରଜନନ ସମୟ; ସେ ଦୃଷ୍ଟିରୁ ଭିତରକନିକାକୁ ପର୍ଯ୍ୟଟକଙ୍କ ପ୍ରବେଶ ବନ୍ଦ କରାଯାଇଛି ।
କୁମ୍ଭୀର ଅଣ୍ଡାଦେବା ଲାଗି କୁମ୍ଭୀରମାନେ ଉପରମୁହାଁ ହୋଇଥାନ୍ତି । ଯେଉଁକାରଣରୁ ଲୋକଙ୍କୁ ଆକ୍ରମଣ କରିବାର ଆଶଙ୍କା ରହିଛି ।
ବନ ବିଭାଗ ପକ୍ଷରୁ ଆଖପାଖ ଲୋକଙ୍କୁ ସତର୍କ କରାଯାଇଛି । ଗାଁ ପାଖରେ କୁମ୍ଭୀର ଦେଖିଲେ ତୁରନ୍ତ ସୂଚନା ଦେବାକୁ ସୂଚନା ଜାରି କରିଛି ବନ ବିଭାଗ ।
ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଭିତର କନିକା ।