ସକାଳୁ ସକାଳୁ ଖୁସି ଖବର, ଶସ୍ତା ହେଲା ଏଲପିଜି ସିଲିଣ୍ଡର ଦାମ୍
ଜାଣନ୍ତୁ କେତେ ଟଙ୍କା କମିଲା ଏଲପିଜି ଗ୍ୟାସ୍ ଦର । ଶ୍ରମିକ ଦିବସରେ ଖୁସି ଖବର ।
ନୂଆଦିଲ୍ଲୀ: ପ୍ରତିଥର ଭଳି ମେ’ ମାସ ୧ ତାରିଖରେ ବହୁ ନିୟମରେ ପରିବର୍ତ୍ତନ କରାଯାଇଛି । ଆଜି ଶ୍ରମିକ ଦିବସ ଅବସରରେ କମ୍ପାନୀମାନେ ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି ।
୧୯ କିଲୋଗ୍ରାମ କମର୍ସିଆଲ ଗ୍ୟାସ ଦର ୧୫.୫ ଟଙ୍କା କମାଇ ଦିଆଯାଇଛି । ଯାହାଫଳରେ ଏଣିକି ଗ୍ରାହକ କମର୍ସିଆଲ ଗ୍ୟାସକୁ ୧୭୪୭.୫୦ ଟଙ୍କାରେ କିଣିବେ ।
ରାଜଧାନୀ ଦିଲ୍ଲୀରେ ୧୭୬୨ ଟଙ୍କାରେ ବିକ୍ରି ହେଉଥିବା କମର୍ସିଆଲ ଗ୍ୟାସ ଏବେ ୧୭୪୭.୫୦ ଟଙ୍କାରେ ବିକ୍ରି ହେଉଥିବାବେଳେ କୋଲକାତାରେ ସିଲିଣ୍ଡର ଦାମ୍ ୧୭ ଟଙ୍କା କମିଛି ।
ଦିଲ୍ଲୀରେ ଘରୋଇ ଏଲପିଜି ସିଲିଣ୍ଡର ୮୫୩ ଟଙ୍କାରେ ବିକ୍ରି ହେଉଛି । କୋଲକାତାରେ ଏହାର ଦାମ୍ ରହିଛି ୮୭୯ ଟଙ୍କା । ଦେଶରେ ବର୍ତ୍ତମାନ ସମୟରେ ୩୨.୯ କୋଟି ଏଲପିଜି କନେକ୍ସନ ରହିଛି । ସେଥିମଧ୍ୟରୁ ୧୦.୩୩ କୋଟି ଉଜ୍ଜ୍ୱଳା ଯୋଜନାରେ ଅନ୍ତର୍ଭୁକ୍ତ ।