ଡ୍ୟୁଟିରେ ବି ଧର୍ମ… (Video) ବସ୍କୁ ଅଟକାଇ ନମାଜ ପଢ଼ିଲେ ଡ୍ରାଇଭର, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
ଡ୍ରାଇଭରଙ୍କ ଅଜବ କାରନାମା । ଲୋକଙ୍କ ଯାତ୍ରା ବାଧାପ୍ରାପ୍ତ ।
ଚେନ୍ନାଇ: କର୍ନାଟକରେ ବସ ଡ୍ରାଇଭରଙ୍କର ଏକ ଭିଡିଓ ଭାଇରାଲ ହେଉଛି । ଜାରି ଭିଡିଓ ଅନୁସାରେ ଡ୍ରାଇଭର ବସରେ ନମାଜ ପଢ଼ୁଛନ୍ତି ।
ନମାଜ ପଢ଼ିବା ପାଇଁ ଡ୍ରାଇଭର ଜଣକ ବସଟିକୁ ଅଟକାଇ ନମାଜ ପଢ଼ୁଥିବାର ଦେଖିବାକୁ ମିଳିଛି । ଯାତ୍ରୀମାନଙ୍କ ଯାତ୍ରା ବାଧାପ୍ରାପ୍ତ ହୋଇଥିଲେ ମଧ୍ୟ ଡ୍ରାଇଭର ଜଣକ ତାହାପକୁ ଭୃକ୍ଷେପ କରୁ ନାହାନ୍ତି ।
ସୂଚନା ମୁତାବକ କର୍ନାଟକ ରାଜ୍ୟ ସଡ଼କ ପରିବହନ ନିଗମ ବସରେ ଘଟିଛି ଏହି ଘଟଣା । ସରକାରୀ କର୍ମଚାରୀ ଡ୍ୟୁଟିରେ ଥିବା ସମୟରେ କୌଣସି ଧାର୍ମିକ କାର୍ଯ୍ୟ କରିପାରିବେ ନାହିଁ ।
ବସକୁ ଅଟକାଇ ନମାଜ ପଢ଼ିବାର ଭିଡିଓ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଭିଡିଓ ନଜରରେ ପଡ଼ିବା ପରେ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଯାଞ୍ଚ ନିର୍ଦ୍ଦେଶ ଦିଆଯାଇଛି ।
ସମାନ ଘଟଣା ୨୦୨୩ରେ ମଧ୍ୟ ଘଟିଥିଲା । କଣ୍ଡକ୍ଟର ଟୋପି ପିନ୍ଧିବାକୁ ନେଇ ମହିଳା ଅଭିଯୋଗ କରିଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଥିଲା ।
KSRTC driver Shafiulla Nadaf stopped a government bus mid-route from Hubballi to Haveri to offer Namaz on the roadside with passengers still inside🤡🤲🏻
This happened on the evening of April 29. Is this public transport or his private property @KSRTC_Journeys ?
Imagine the… pic.twitter.com/4lx3qFvfCE
— Akshay Akki ಅಕ್ಷಯ್🇮🇳 (@FollowAkshay1) April 30, 2025