(Video) ଆଖୁ ରସ ପିଇବାକୁ ଯାଇଥିବା ବେଳେ ମେସିନରେ ପଶିଗଲା ମହିଳାଙ୍କ ଚୁଟି, ତାପରେ..

ନୂଆଦିଲ୍ଲୀ: ସୋସିଆଲ ମିଡିଆ ଏପରି ଏକ ପ୍ଲାଟଫର୍ମ ପାଲଟିଛି ଯେଉଁଠାରେ ପ୍ରତିଦିନ କିଛି ନା କିଛି ଭିଡିଓ ଭାଇରାଲ ହେଉଛି । ଆଜିକାଲି ଇନଷ୍ଟାଗ୍ରାମରେ ଏପରି ଏକ ଭିଡିଓ ବହୁତ ଭାଇରାଲ ହେଉଛି, ଯେଉଁଥିରେ ଜଣେ ମହିଳାଙ୍କ କେଶ ଆଖୁ ମେସିନରେ ଫସି ଯାଇଛି ।

ଆଖୁ ରସ ବାହାର କରିବା ମେସିନ୍ ବହୁତ ସତର୍କତାର ସହ ବ୍ୟବହାର କରିବାକୁ ପଡ଼ିଥାଏ, କାରଣ ଯଦି ଏକ ଛୋଟ ଭୁଲ୍ ମଧ୍ୟ ହୁଏ ତେବେ ବହୁତ କ୍ଷତି ସହିବାକୁ ପଡ଼ିପାରେ ।

ଆଖୁ ରସ ମେସିନରେ ପଶିଗଲା ଚୁଟି- ଏହି ଭିଡିଓଟି ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ 6memes_hub ନାମକ ଏକ ଆକାଉଣ୍ଟରୁ ପୋଷ୍ଟ କରାଯାଇ ଛି। ଭିଡିଓରେ ଦେଖାଯାଉଛି ଯେ ଜଣେ ମହିଳା ଆଖୁ ରସ ବାହାର କରୁଥିବା ମେସିନ୍ ପାଖରେ ଠିଆ ହୋଇଛନ୍ତି, ହଠାତ୍ ତାଙ୍କ କେଶ ମେସିନ୍ ଭିତରେ ଫସି ଯାଇଛି । ଏହି ଦୃଶ୍ୟ ଦେଖି ସେଠାରେ ଉପସ୍ଥିତ ଜଣେ ବ୍ୟକ୍ତି ମହିଳାଙ୍କ କେଶକୁ ସୁରକ୍ଷିତ ଭାବରେ ବାହାର କରିଦିଅନ୍ତି । ଫଳରେ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି ।

ଲୋକଙ୍କ ପ୍ରତିକ୍ରିୟା- ଭିଡିଓଟି ମଜାଦାର ଢଙ୍ଗରେ ପୋଷ୍ଟ କରାଯାଇଛି, କିନ୍ତୁ ଏହାକୁ ଦେଖିବା ପରେ ଅନେକ ବ୍ୟବହାରକାରୀ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି । ଜଣେ ବ୍ୟବହାରକାରୀ ମନ୍ତବ୍ୟ ଦେଇଛନ୍ତି, ଏହା କୌଣସି ମଜା ନୁହେଁ । ଆଉ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ଭାଇ କାହାକୁ ମଜା କରନାହିଁ ।

ଆଉ ଜଣେ ୟୁଜର ଲେଖିଛନ୍ତି, ଏହି ରିଲ୍ ଡିଲିଟ କରିଦିଅ, ଏଥିରେ କୌଣସି ମଜାଦାର ମୁହୂର୍ତ୍ତ ନାହିଁ ଭାଇ । ଆଖୁ ମେସିନ୍ ଭଳି ଭାରୀ ଏବଂ ଦ୍ରୁତ ଗତିଶୀଳ ମେସିନ୍ ନିକଟରେ ବିଶେଷ ସତର୍କତା ଅବଲମ୍ବନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏକ ଛୋଟ ଭୁଲ ଘାତକ ସାବ୍ୟସ୍ତ ହୋଇପାରେ ।