ଓଲଟି ପଡ଼ିଲା ଟ୍ରାକ୍ଟର: ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ

ଯାଜପୁର: ଏକ ବଡ଼ ଅଘଟଣ ଖବର ସାମ୍ନାକୁ ଆସିଛି। ରାସ୍ତାରେ ଓଲଟି ପଡ଼ିଲା ଟ୍ରାକ୍ଟର। ଏଥିରେ ଗୋଟିଏ ପରିବାରର ୩ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ସ୍ଥାନୀୟ ଲୋକଙ୍କୁ ନିସ୍ତବ୍ଧ କରିଦେଇଛି।

ସୂଚନାନୁଯାୟୀ, ଏହି ଟ୍ରାକ୍ଟରଟି ଓଲଟି ଅଜା, ଆଈ ସହ ନାବାଳକ ନାତିଙ୍କର ମୃତ୍ୟୁ ଘଟିଛି। ବାଲିଚନ୍ଦ୍ରପୁର ଥାନା ବାହାଦୁର ନଗରରେ ଏହି ଦୁର୍ଘଟଣା ଘଟିଛି। ଅଜା, ଆଈଙ୍କ ସହ ଘରକୁ ଫେରୁଥିବା ବେଳେ ଓଲଟିଲା ଟ୍ରାକ୍ଟର।