250 ଲୋକ ଥିଲେ ରାଜସ୍ବ ଗାଁର ମାନ୍ୟତା: ସୁରେଶ ପୂଜାରୀ

ବର୍ତ୍ତମାନ ସୁଦ୍ଧା 1000 ଆବେଦନ ହୋଇଥିବା ବେଳେ ସେଥିମଧ୍ୟରୁ 300 ଗାଁକୁ ରାଜସ୍ବ ଗାଁ ମାନ୍ୟତା ମିଳିସାରିଛି ।

ଭୁବନେଶ୍ବର: ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଏକ ବଡ଼ ଘୋଷଣା କରିଛନ୍ତି । ଯେଉଁ ପଡା ଗାଁରେ 250ରୁ ଅଧିକ ଲୋକ ଥିବେ ସେହି ଗାଁକୁ ରାଜସ୍ବ ଗାଁର ମାନ୍ୟତା ଦିଆଯିବ । ତେବେ ଏନେଇ ମଧ୍ୟ ଏକ ସର୍ତ୍ତ ରହିଛି । ମୂଳ ଗାଁ ଠାରୁ ପଡା ଗାଁର ଦୂରତା ଅନୁନ୍ୟ 500 ମିଟର ହୋଇଥିବା ଜରୁରୀ ଅଟେ । ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ।

ମନ୍ତ୍ରୀଙ୍କ କହିବା ଅନୁସାରେ, ଜୁଲାଇରେ ଜନଗଣନା ହେବ । ଏହା ପୂର୍ବରୁ ପଡା ଗ୍ରାମକୁ ରାଜସ୍ବ ଗ୍ରାମ ପାଇଁ ହୋଇଥିବା ଆବେଦନକୁ ମଞ୍ଜୁର କରାଯିବ । ବର୍ତ୍ତମାନ ସୁଦ୍ଧା 1000 ଆବେଦନ ହୋଇଥିବା ବେଳେ ସେଥିମଧ୍ୟରୁ 300 ଗାଁକୁ ରାଜସ୍ବ ଗାଁ ମାନ୍ୟତା ମିଳିସାରିଛି ।

ସେହିପରି ଅନେକ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ପୌରପାଳିକା ପାଇଁ ନଗର ଉନ୍ନୟନ ବିଭାଗ ପାଖରେ ପ୍ରସ୍ତାବ ରହିଛି । ତେବେ ଜନଗଣନା କାର୍ଯ୍ୟ ଆରମ୍ଭ ହେବା ପରେ ଏହା ଠିକ୍ ଭାବେ ହୋଇପାରିବ ନାହିଁ । ତେଣୁ ଜୁନ୍ 30 ପୂର୍ବରୁ ଏହାକୁ ସାରିବାକୁ ଲକ୍ଷ୍ୟ ରଖିଥିବା ନେଇ କହିଛନ୍ତି ସୁରେଶ ପୂଜାରୀ ।