ପ୍ରଥମ ଥର ଜଣେ ଆମେରିକୀୟ କାଥୋଲିକ୍ ଚର୍ଚ୍ଚ ପୋପ୍, ରବର୍ଟ ହେଲେ ନୂଆ ପୋପ୍
ପ୍ରଥମ ଥର ଜଣେ ଆମେରିକୀୟ ହେଲେ କାଥୋଲିକ୍ ଚର୍ଚ୍ଚର ପୋପ। ରବର୍ଟ ହେଲେ ନୂଆ ପୋପ୍ ।
ୱାଶିଂଟନ୍: ରୋମାନ କ୍ୟାଥୋଲିକ୍ ଚର୍ଚ୍ଚର ପୋପ୍ ଭାବେ ରବର୍ଟ ଫ୍ରାନ୍ସିସ୍ ପ୍ରିଭୋଷ୍ଟଙ୍କୁ ଦାୟିତ୍ୱ ମିଳିଛି । ରବର୍ଟଙ୍କୁ ୨୬୭ ତମ ପୋପ ଭାବେ ବଛାଯାଇଛି । ରବର୍ଟଙ୍କ ବୟସ ୬୯ ବର୍ଷ ।
ପୋପ୍ ଫ୍ରାନ୍ସିସଙ୍କ ମୃତ୍ୟୁ ପରେ ରବର୍ଟଙ୍କୁ ପୋପ୍ ଭାବେ ବଛାଯାଇଛି । ପୋପ୍ ଲିଓ ଷୋଡ଼ଶ ରବର୍ଟ ପୋପ୍ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ନିଜର ପ୍ରତମ ଭାଷଣ ରକିଛନ୍ତି ।
ସେ କହିଛନ୍ତି, ଶାନ୍ତି ନଜ ପାଖରେ ରହିବା ଆବଶ୍ୟକ । ବିଶ୍ୱ ଶାନ୍ତି ଏକାନ୍ତ ଜରୁରୀ ବୋଲି ସେ କହିଥିଲେ ।
ପେରୁ ମିସିନାରୀରେ ରବର୍ଟ ୨୦ ବର୍ଷ କାମ କରିଛନ୍ତି । ଏହାପରେ ଚିକଲାୟୋ ବାଇଶୋପ୍ ଭାବେ ରବର୍ଟ ୨୦୧୫ରୁ ୨୦୨୩ ପର୍ଯ୍ୟନ୍ତ କାମ କରିଛନ୍ତି । ଲାଟିନ୍ ଆମେରିକା ସହ ରବର୍ଟଙ୍କ ଭଲ ସମ୍ପର୍କ ଥିବାବେଳେ ସେ ଉଭୟ ଇଟାଲୀ ଏବଂ ସ୍ପାନିସ୍ ଭାଷା ଭଲ ଭାବେ କହିପାରନ୍ତି ।
ଦାୟିତ୍ୱ ଗ୍ରହଣ କରିବାର ମାସକ ପୂର୍ବରୁ ପୋପ୍ ଲିଓ ସୋସିଆଲ ମିଡିଆରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏବଂ ତାଙ୍କ କାର୍ଯ୍ୟପ୍ରଣାଳୀକୁ ସମାଲୋଚନା କରିଥିଲେ ।