ଯୁଦ୍ଧସ୍ଥିତି ଭିତରେ ସବୁ ପୋଲିସ କର୍ମଚାରୀଙ୍କ ଛୁଟି ବାତିଲ୍
ପୋଲିସ କମିଶନରଙ୍କ ନିର୍ଦ୍ଦେଶନାମା। ଛୁଟିରେ ଥିଲେ ତୁରନ୍ତ ଯୋଗଦିଅ।
ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ ଲାଗି ରହିଛି ଉତ୍ତେଜନା। ଏହି ଉତ୍ତେଜନା କେତେବେଳେ ବି ଯୁଦ୍ଧର ରୂପ ନେଇପାରେ। କାରଣ ପାକିସ୍ତାନ ଭାରତର ସାଧାରଣ ଲୋକଙ୍କ ଉପରେ ଆଟାକ୍ କରୁଛି। ତେଣୁ ଭାରତ ବି ସବୁଆଡୁ ଜୋରଦାର ପ୍ରସ୍ତୁତି କରିଦେଇଛି।
ଯବାନ, ଡାକ୍ତର, ନର୍ସ, IAS, IPS ମାନଙ୍କ ଛୁଟି ବାତିଲ୍ କରିଥିଲେ। ଏହି ସମୟରେ କେହି ଛୁଟି ନେଇପାରିବେ ନାହିଁ ବୋଲି ନିର୍ଦ୍ଦେଶ ରହିଛି। କେବଳ ସ୍ୱାସ୍ଥ୍ୟଗତ ସମସ୍ୟା ଥିଲେ ହିଁ ଛୁଟି ନେଇପାରିବେ।
ହେଲେ ପୋଲିସ କର୍ମଚାରୀଙ୍କ ପ୍ରତି ସେପରି କିଛି ନିର୍ଦ୍ଦେଶ ନାମା ଆସିନଥିଲା। ହେଲେ ଏବେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ନାମା ଜାରି ରହିଛି। କି ସମସ୍ତ ପୋଲିସ କର୍ମଚାରୀ, ତଳ ସ୍ତରରୁ ଆରମ୍ଭ କରି ଉପର ସ୍ତର ପର୍ଯ୍ୟନ୍ତ ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ୍ କରାଯାଇଛି।
ଯୁଦ୍ଧସ୍ଥିତି ଭିତରେ ପୋଲିସ କମିଶନରଙ୍କ ନିର୍ଦ୍ଦେଶନାମା ଆସିଛି। ସବୁ ପୋଲିସ କର୍ମଚାରୀଙ୍କ ଛୁଟି ବାତିଲ୍ କରାଯାଇଛି। ଛୁଟିରେ ଥିଲେ ତୁରନ୍ତ ଯୋଗଦେବାକୁ ନିର୍ଦ୍ଦେଶ ରହିଛି।