ଦୀଘା ମନ୍ଦିର ବିବାଦ, ବରିଷ୍ଠ ସେବାୟତ ରାମକୃଷ୍ଣ ଦାସମହାପାତ୍ର ନିଲମ୍ବିତ
ରାମକୃଷ୍ଣ ଦାସମହାପାତ୍ରଙ୍କୁ ନିଲମ୍ବନ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।
ଭୁବନେଶ୍ବର: ବରିଷ୍ଠ ସେବାୟତ ରାମକୃଷ୍ଣ ଦାସମହାପାତ୍ର ନିଲମ୍ବିତ । ଦୀଘା ମନ୍ଦିର ବିବାଦ ପରେ ନିଲମ୍ବନ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।
ପ୍ରକାଶଥାଉକି, ମନ୍ଦିର ପ୍ରତିଷ୍ଠାରେ ଯୋଗ ଦେବା ସହିତ ବଙ୍ଗଳା ଚ୍ୟାନେଲରେ ପ୍ରତିକ୍ରିୟା ଦେବା ପରଠାରୁ ସେ ସମସ୍ୟାରେ ଛନ୍ଦି ହୋଇଯାଇଛନ୍ତି ।
ଦାରୁ ବିବାଦକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରବିବାର ରାମକୃଷ୍ଣ ଦାସମହାପାତ୍ରଙ୍କୁ ଜବାବ ତଲବ କରାଯାଇଥିଲା ।
ଯଦି ଉତ୍ତର ସନ୍ତୋଷଜନକ ନଲାଗେ ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଥିଲା । ତେବେ ଏନେଇ ଆଜି ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
ପ୍ରକାଶଥାଉକି, ରାମକୃଷ୍ଣ ଦାମମହାପାତ୍ର କହିଥିଲେ ଦୀଘା ଜଗନ୍ନାଥ ମନ୍ଦିରରେ ନବକଳେବର ବଳକା ଦାରୁରେ ଚତୁର୍ଦ୍ଧାମୂର୍ତ୍ତି ନିର୍ମାଣ ହୋଇଛି । ହେଲେ କିଛି ସମୟ ପରେ ନିଜ ବୟାନ ପରିବର୍ତ୍ତନ କରିଥିଲେ । ତେବେ ସ୍ବର ବଦଳାଇବାକୁ ନେଇ ବିବାଦ ଦେଖାଯାଇଥିଲା । ଏନେଇ ଶ୍ରୀମନ୍ଦିର ପ୍ରଶସାନର ବୈଠକ ବସିଥିଲା।