YouTuber ଲବ ହାଂସଦାଙ୍କୁ କୌଣସି ମୁହୂର୍ତ୍ତରେ ଟେକି ନେଇଯିବ ପୋଲିସ, ପ୍ରେମିକାଙ୍କୁ ହତ୍ୟା ସାଙ୍ଗକୁ ଏକାଧିକ ସଙ୍ଗିନ ଅଭିଯୋଗ ଆସିଛି ସାମ୍ନାକୁ
ଅଡ଼ୁଆରେ ୟୁଟ୍ୟୁବର ଲବ ହାଂସଦା । ପ୍ରେମିକାଙ୍କ ଆତ୍ମହତ୍ୟା ପରେ ଥାନାରେ ଏତଲ ।
ଭୁବନେଶ୍ୱର: ତାଞ୍ଜାନିଆ ୟୁଟ୍ୟୁବର କିଲି ପଲଙ୍କ ପୋଲ୍ ଖୋଲି ନାମ କରିଥିବା ଓଡ଼ିଆ ଟ୍ରାଭେଲ ଇନଫ୍ଲ୍ୟୁଏନ୍ସର ଲବ ହାଂସଦା ଏବେ ବିବାଦରେ । ଯେ କୌଣସି ମୁହୂର୍ତ୍ତରେ ବେଙ୍ଗାଲୁରୁ ପୋଲିସ ଲବଙ୍କୁ ଗିରଫ କରିପାରେ ।
ବିବାଦ ଘେରରେ ୟୁଟ୍ୟୁବର ଲବ ହାଂସଦା । ବେଙ୍ଗାଲୁରୁର ଏକ ଥାନାରେ ଲବ ବିରୋଧରେ ହୋଇଛି ଏତଲା । ଲବ ହାଂସଦାଙ୍କ ପ୍ରେମିକା ସୋଲମୀ ମୁର୍ମୁ ୨ ଦିନ ତଳେ ଆତ୍ମହତ୍ୟା କରିଥିବାବେଳେ ଏଥିପାଇଁ ଲବଙ୍କୁ ଦାୟୀ କରିଛନ୍ତି ମୃତ ସୋଲମୀଙ୍କ ଭାଇ ।
ଲବଙ୍କ ପ୍ରେମିକା ଜଣେ ବାଇକ ରାଇଡର । ତାଙ୍କ ଘର ବିହାରରେ ଥିବାବେଳେ ବେଙ୍ଗାଲୁରୁରେ ଚାକିରି କରୁଥିଲେ । ଉଭୟଙ୍କ ଭିତରେ ଅନେକ ଦିନର ସମ୍ପର୍କ ଥିଲା । ଲବଙ୍କ ଅନେକ ମହିଳାଙ୍କ ସହ ସମ୍ପର୍କ ଥିବା କଥା ଜାଣିବାକୁ ପାଇଥିଲେ ସୋଲମୀ ।
ଏନେଇ ଲବକୁ ପଚାରିବାରୁ ବାରମ୍ବାର ନିର୍ଯାତନା ଦେଇଆସୁଥିଲେ ଲବ । ଶେଷରେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ ସୋଲମୀ । ଆତ୍ମହତ୍ୟାର କିଛି ସମୟ ପୂର୍ବରୁ ମଧ୍ୟ ସୋଲମୀ ଲବକୁ ଯୋଗାଯୋଗ କରିଥିଲେ ବୋଲି ସୋଲମୀଙ୍କ ଭାଈ କହିଛନ୍ତି ।
ଲବ ଓ ସୋଲମୀ ପରସ୍ପରକୁ କିଛି ଦିନ ହେବ ଡେଟ୍ କରୁଥିଲେ । ଏକାଧିକ ଫଟୋ ଓ ଭିଡିଓ ମଧ୍ୟ ଉଭୟେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଏକାଠି ଖିଆ, ପିଆ ବୁଲାବୁଲି ମଧ୍ୟ କରୁଥିବା କୁହାଯାଉଛି ।
ଅନେକ ପଡକାଷ୍ଟରେ ଲବ ସୋଲମୀଙ୍କ ବିୟେରେ ମଧ୍ୟ ଖୋଲାଖୋଲି ଭାବେ କହିଥିବା ଦେଖିବାକୁ ମିଳିଛି । ତେବେ ଲବଙ୍କ ନାଁରେ ଏତଲା ପରେ ବେଙ୍ଗାଲୁରୁ ପୋଲିସର ସ୍ୱତନ୍ତ୍ର ଟିମ୍ ଘଟଣା ଛାନଭିନ୍ ଆରମ୍ଭ କରିଛି ।