ପୁଣି ଟ୍ରେନ ହେଲା ଲାଇନଚ୍ୟୁତ, ଚଳାଚଳ ବାଧାପ୍ରାପ୍ତ

ସୁନ୍ଦରଗଡ଼ ଜିଲ୍ଲା ବିମଳାଗଡ ରେଲୱେ ଷ୍ଟେସନ ଡ୍ୟାମ୍ ବସ୍ତି ନିକଟରେ ମାଲବାହୀ ଟ୍ରେନର ୪ଟି ବଗି ଲାଇନଚ୍ୟୁତ ହୋଇଛି

ସୁନ୍ଦରଗଡ଼: ପୁଣି ଟ୍ରେନ ହେଲା ଲାଇନଚ୍ୟୁତ । ସୁନ୍ଦରଗଡ଼ ଜିଲ୍ଲା ବିମଳାଗଡ ରେଲୱେ ଷ୍ଟେସନ ଡ୍ୟାମ୍ ବସ୍ତି ନିକଟରେ ମାଲବାହୀ ଟ୍ରେନର ୪ଟି ବଗି ଲାଇନଚ୍ୟୁତ ହୋଇଛି।

ଖବର ଅନୁଯାୟୀ, ଏହି ଲୁହାପଥର ବୋଝେଇ ଟ୍ରେନଟି ରକ୍ସି ରେଲୱେ ସାଇଡିଙ୍ଗରୁ ବିମଳାଗଡ ଯାଉଥିବା ବେଳେ ଦୁର୍ଘଟଣା ହୋଇଥିଲା । ଏଥିରେ କାହାର କୌଣସି କ୍ଷତି ହୋଇନାହିଁ। ତେବେ ଦୁର୍ଘଟଣା ସଂପର୍କରେ ଖବର ପାଇ ଘଟଣାସ୍ଥଳରେ ରେଲୱେ କର୍ମଚାରୀ ପହଞ୍ଚି ବଗି ଗୁଡ଼ିକୁ ଟ୍ରାକକୁ ଆଣିବାକୁ ଚେଷ୍ଟା କରୁଛନ୍ତି । ଏହି ଲାଇନରେ ସମସ୍ତ ରେଳ ଚଳାଚଳ ବନ୍ଦ ରହିଛି ।

ତେବେ କେଉଁ କାରଣରୁ ଚାରୋଟି ବଗି ଲାଇନଚ୍ୟୁତ୍ ହେଲା, ଏନେଇ ରେଲୱେ ବିଭାଗ ତାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।