ପୋଲାଭରମ ବିବାଦ: ବୈଠକ କରିବେ PM
ପୋଲାଭରମ ପ୍ରକଳ୍ପ ବିବାଦ ନେଇ ମେ 28 ରେ 4 ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ପୋଲାଭରମ ପ୍ରକଳ୍ପ ବିବାଦ ନେଇ ବୈଠକ କରିବେ ପ୍ରଧାନମନ୍ତ୍ରୀ । ମେ 28 ରେ 4 ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ହେବ ବୈଠକ । ସାମିଲ ହେବେ ଆନ୍ଧ୍ର, ତେଲେଙ୍ଗାନା, ଓଡ଼ିଶା ଏବଂ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ।
ତେବେ ପ୍ରଥମ ଥର ପାଇଁ 4 ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ହେବ ବୈଠକ । ପ୍ରକଳ୍ପର ସମୀକ୍ଷା ସହ ଆନ୍ତଃରାଜ୍ୟ ବିବାଦ ଉପରେ ହେବ ଆଲୋଚନା । ଓଡ଼ିଶା କଣ ପକ୍ଷ ରଖିବ, ସେନେଇ ନିଜକୁ ପ୍ରସ୍ତୁତ କରୁଛନ୍ତି ସରକାର ।
ଓଡ଼ିଶାର କ୍ଷତି କରିବାକୁ ଯାଉଥିବା ଆନ୍ଧ୍ର ପୋଲାଭରମ ପ୍ରକଳ୍ପର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରକଳ୍ପ ଯୋଗୁଁ ଓଡ଼ିଶାର ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି । ତେଣୁ ଆସନ୍ତା ୨୮ ତାରିଖରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ଆଗରେ ମୁହଁ ଖୋଲନ୍ତୁ ବୋଲି ଦାବି ହୋଇଛି ।
ଓଡ଼ିଶାର ସ୍ୱାର୍ଥ ରକ୍ଷା ପାଇଁ ଶପଥ ଗ୍ରହଣ ବେଳେ ସଂକଳ୍ପ ନେଇଥିବା ମୁଖ୍ୟମନ୍ତ୍ରୀ କିଭଳି ନିଜ ସଂକଳ୍ପ ରକ୍ଷା କରୁଛନ୍ତି ତାହା ଏବେ ଜଣାପଡିବ ବୋଲି କୁହାଯାଇଛି ।