ଭୁବନେଶ୍ୱର: ଜୁଲାଇ ୧୫ରୁ +୩ ପାଠପଢ଼ା । ଜୁଲାଇ ୧୫ରୁ ଆରମ୍ଭ ହେବ ଯୁକ୍ତ ୩ ପାଠପଢ଼ା ।
ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏ ନେଇ ଦେଲେ ସୂଚନା । ଏପ୍ରିଲ ୧୬ରୁ +୩ ନାମଲେଖା ନେଇ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।
କାଲି ସୁଦ୍ଧା ୯୮ ହଜାର ଛାତ୍ରଛାତ୍ରୀ ନାମଲେଖା ପାଇଁ ଆବେଦନ କରିଛନ୍ତି । +୩ କ୍ଲାସ ଆରମ୍ଭ ହେବା ପରେ କଲେଜ ଇଲେକ୍ସନ କରାଯିବ ।
ଚଳିତ ବର୍ଷ ପୁଣିଥରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି । ୬ ବର୍ଷ ପରେ ଏହି ନିର୍ବାଚନ ହେବ ।
ପୂର୍ବରୁ କଲେଜ ଇଲେକ୍ସନ ପୁଣିଥରେ କରାଯିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୂଚନା ଦେଇଥିଲେ । ଏହାକୁ ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସ୍ପଷ୍ଟ କରିଛନ୍ତି ।