ଦୀର୍ଘ ଅଢ଼େଇ ବର୍ଷ ପରେ ଭୁବନେଶ୍ବରକୁ ଫେରିଲା କୋରନା, ଜଣେ ଆକ୍ରାନ୍ତ ଚିହ୍ନଟ
ଦିଲ୍ଲୀରୁ ଭୁବନେଶ୍ବର ଫେରିଥିବା ବ୍ୟକ୍ତିଙ୍କୁ କୋରନା ।
ଭୁବନେଶ୍ବର: ପୁଣି ଥରେ ଆସିଲା କୋରୋନା ଭାଇରାସ ଭୟ । ଗତ କିଛି ଦିନ ହେବ ଦେଶରେ କୋରନା ପଜିଟିଭ ଚିହ୍ନଟ ହେଉଥିବା ବେଳେ ଆଜି ରାଜ୍ୟକୁ ଫେରିଛି । ଆଜି ଭୁବନେଶ୍ବରରେ ଜଣେ କୋଭିଡ୍ ପଜିଟିଭ ହୋଇଥିବା ଜଣାପଡିଛି ।
ଦିଲ୍ଲୀରୁ ଭୁବନେଶ୍ବର ଆସିଥିଲେ- ତେବେ ବ୍ୟକ୍ତି ଜଣକ ନିକଟରେ ଦିଲ୍ଲୀରୁ ଫେରିଥିଲେ । ବର୍ଚ୍ଚମାନ ତାଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି ।
ପୁରୁଷ ବ୍ୟକ୍ତିଙ୍କୁ କୋରନା- ଚିହ୍ନଟ ହୋଇଥିବା ବ୍ୟକ୍ତିଜଣକ ପୁରୁଷ ହୋଇଥିବା ବେଳେ ସେ ପୁରୁଷ ବୋଲି ଜଣାପଡ଼ିଛି । କୋଭିଡ୍ ସହିତ ସେ ଅନାନ୍ୟ ରୋଗରେ ମଧ୍ୟ ପୀଡିତ ରହିଥିବା କଥା ଜଣାପଡ଼ିଛି ।
ଖବର ଅନୁସାରେ, ବୟସ୍କ ବ୍ୟକ୍ତିଜଣକ ଦିଲ୍ଲୀରୁ ଫେରିବା ପରେ ତାଙ୍କର ସ୍ବାସ୍ଥ୍ୟ ଖରାପ ହୋଇଥିଲା । ଏହାପରେ ସ୍ବାସ୍ଥ୍ୟ ପରୀକ୍ଷା କରାଇଥିବା ବେଳେ କୋଭିଡ୍ ପଜିଟିଭ ଚିହ୍ନଟ ହୋଇଥିଲେ ।
ତେବେ ସେ ବର୍ତ୍ତମାନ ଘରେ ନା ହସ୍ପିଟାଲରେ କ୍ବାରେଣ୍ଟାଇନରେ ରହିଛନ୍ତି ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ । ସ୍ପଷ୍ଟ ସୂଚନାକୁ ଅପେକ୍ଷା କରାଯାଇଛି ।