ରାଜ୍ୟବାସୀଙ୍କ ପାଇଁ ୩୪ ହଜାର ନିଯୁକ୍ତି ସୁଯୋଗ, ଆଜି ଜଟିଆ ଷ୍ଟିଲ୍ କାରଖାନାର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଯାଜପୁରକୁ ବଡ଼ ଭେଟି ଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଯାଜପୁର କଳିଙ୍ଗନଗର ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ।

ଯାଜପୁର କଳିଙ୍ଗନଗରରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ମୋହନ ମାଝୀ । ଶିଳ୍ପ ସମ୍ପ୍ରସାରଣରେ ମୋଟ ୧ ଲକ୍ଷ ୧୪ ହଜାର କୋଟି ଟଙ୍କା ପୁଞ୍ଜି ବିନିଯୋଗ କରାଯାଇଛି ।

ଟାଟା ଷ୍ଟିଲ୍ ବିନିଯୋଗ କରିଛି ୬୩ ହଜାର କୋଟି ଟଙ୍କା । ଟାଟା ଷ୍ଟିଲର ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣର ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ । ନୀଳାଚଳ ଇସ୍ପାତ କାରଖାନାରେ ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ ପାଇଁ ଭୂମିପୂଜା ହେବ ।

ଜଟିଆ ଷ୍ଟିଲ୍ କାରଖାନାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ସାଇଜର ଓ ଟିୱାଇକେ କାଖାନା ସହ ଅନ୍ୟ ୧୦ଟି ନୂଆ କାରଖାନାର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ । ଏପ୍ରକଳ୍ପ ସାହାଯ୍ୟରେ ରାଜ୍ୟରେ ୩୪ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।