ସେୟାର ମାର୍କେଟ କ୍ରାସ୍, 1୦୦୦ ପଏଣ୍ଟ୍‌ ଖସିଲା ସେନ୍‌ସେକ୍ସ

ଗତ କିଛି ଦିନ ହେବ ଭାରତୀୟ ସେୟାର୍‌ ବଜାର ଉପର ମୁହାଁ ହୋଇଥିବା ବେଳେ ଗତ ଦୁଇ ଦିନ ହେବ ପୁଣି ନିମ୍ନଗାମୀ ହୋଇଛି। ଗୋଟିଏ ଦିନରେ ସେନସେକ୍ସ 1000 ପଏଣ୍ଟରୁ ଅଧିକ ହ୍ରାସ ପାଇଛି ।

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଭାରତୀୟ ସେୟାର୍‌ ବଜାର ଉପର ମୁହାଁ ହୋଇଥିବା ବେଳେ ଗତ ଦୁଇ ଦିନ ହେବ ପୁଣି ନିମ୍ନଗାମୀ ହୋଇଛି।

ବହୁତ କମ୍ ଲୋକ ଷ୍ଟକ୍ ମାର୍କେଟର ସାଧାରଣ ଗତିବିଧି ଉପରେ ଧ୍ୟାନ ଦିଅନ୍ତି । କିନ୍ତୁ ଯଦି ସେନସେକ୍ସ ଗୋଟିଏ ଦିନରେ 1000 ପଏଣ୍ଟରୁ ଅଧିକ ହ୍ରାସ ପାଏ, ତେବେ ସମସ୍ତଙ୍କ ଧ୍ୟାନ କେନ୍ଦ୍ରିତ କରିବ। ଗୁରୁବାର ଦିନ, ସେନସେକ୍ସ ଏବଂ ନିଫ୍ଟି ଉଭୟରେ ଏକ ବଡ଼ ହ୍ରାସ ଘଟିଛି। ଏହା ଭାରତର ଆଇଟି ସେୟାରକୁ ମଧ୍ୟ ଏକ ବଡ଼ ଧକ୍କା ଦେଇଛି ।

ବୁଧବାର ଦିନ ଘରୋଇ ଷ୍ଟକ୍ ବଜାର ଗଭୀର ନାଲି ରଙ୍ଗରେ ଖୋଲିଥିଲା। ମଙ୍ଗଳବାରର ଲାଭ ପରେ ଏହା ଏକ ତୀବ୍ର ପରିବର୍ତ୍ତନକୁ ସୂଚିତ କରିଛି। ଗୁରୁବାର ଦିନ ମଧ୍ୟ ଭାରତୀୟ ସେୟାର୍‌ ବଜାର ନିମ୍ନଗାମୀ ରହିଛି।

ଗୁରୁବାର ଦିନ ପ୍ରାୟ 1.00ଟାରେ ବିଏସ୍‌ଇ ସେନସେକ୍ସ 977.50 ପଏଣ୍ଟ ହ୍ରାସ ପାଇ 80,916.31ରେ ପହଞ୍ଚିଛି। ଯେତେବେଳେ କି ଏନ୍‌ଏସ୍‌ଇନିଫ୍ଟି 50295 ପଏଣ୍ଟ ହ୍ରାସ ପାଇ 24,518.45ରେ ପହଞ୍ଚିଛି।

ବଜାରର ଅସ୍ଥିରତା କ୍ଷୁଦ୍ର ଏବଂ ମଧ୍ୟ-କ୍ୟାପ୍ ଷ୍ଟକ୍ ଉପରେ ଅଧିକ ଚାପ ସୃଷ୍ଟି କରିଛି। ଏନ୍‌ଏସ୍‌ଇରେ ସମସ୍ତ 13ଟି ଯାକ ‌କ୍ଷେତ୍ରୀୟ ସୂଚକାଙ୍କ ନକାରାତ୍ମକ ରହିଛି।

ଏଫ୍‌ଏମ୍‌ସିଜି, ଫାର୍ମା, ବ୍ୟାଙ୍କିଂ ଆଦି କ୍ଷେତ୍ରରେ ମଧ୍ୟ କ୍ଷତି ଦେଖିବାକୁ ମିଳିଛି। ସର୍ବାଧିକ କ୍ଷତି ହୋଇଥିବା କମ୍ପାନୀଗୁଡ଼ିକ ହେଲେ ଏମ୍‌ଆଣ୍ଡ୍‌ଏମ୍‌, ପାୱାର ଗ୍ରୀଡ୍, କୋଲ୍ ଇଣ୍ଡିଆ, ଟେକ୍ ମହିନ୍ଦ୍ରା ଏବଂ ୱିପ୍ରୋ(M&M, Power Grid, Coal India, Tech Mahindra and Wipro) ।

ଆମେରିକାର ଆର୍ଥିକ ଅବସ୍ଥା ଖରାପ

ଏହି ହ୍ରାସର ସବୁଠାରୁ ବଡ଼ କାରଣ ଥିଲା ଆମେରିକାର ଆର୍ଥିକ ବ୍ୟବସ୍ଥା। ଆମେରିକା ସରକାର ଏହାର ନୂତନ ବଜେଟରେ ଟିକସ ହ୍ରାସ କରିବାକୁ ଯୋଜନା କରୁଛନ୍ତି, ଯଦ୍ବାରା ପୂର୍ବରୁ ହିଁ ତାଙ୍କ ବଡ଼ ବଜେଟ ଘାଟାରେ । ଏହି ଭୟ ଯୋଗୁଁ, ନିବେଶକମାନେ ଆମେରିକୀୟ ସରକାରୀ ବଣ୍ଡ୍ବିକ୍ରି କରିବା ଆରମ୍ଭ କରିଦେଲେ, ଯାହାଦ୍ୱାରା ସେମାନଙ୍କର ରିଟର୍ଣ୍ଣ ଦ୍ରୁତ ଗତିରେ ବୃଦ୍ଧି ପାଇଲା। ଯେତେବେଳେ ଆମେରିକୀୟ ବଣ୍ଡର ରିଟର୍ଣ୍ଣ ବୃଦ୍ଧି ପାଏ, ସେତେବେଳେ ବିଦେଶୀ ନିବେଶକମାନେ ବଜାରରୁ ଟଙ୍କା ଉଠାଇ ସେଠାରେ ନିବେଶ କରିବା ଆରମ୍ଭ କରଦିଅନ୍ତି। ଫଳସ୍ୱରୂପ, ଭାରତର ଷ୍ଟକ୍ ମାର୍କେଟ୍ ଡାଉନ ହୁଏ ବା ହ୍ରାସ ପାଏ।

ଦ୍ୱିତୀୟ ପ୍ରମୁଖ କାରଣ ଥିଲା ବିଶ୍ୱ ବଜାରର ଦୁର୍ବଳ ପ୍ରଦର୍ଶନ। ବୁଧବାର ଦିନ ଆମେରିକାର ବଜାର ହ୍ରାସ ପାଇଥିଲା ଏବଂ ଗୁରୁବାର ଦିନ ଜାପାନ, କୋରିଆ ଏବଂ ହଂକଂ ଭଳି ଏସୀୟ ବଜାରରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା। ଭାରତ ମଧ୍ୟ ଏଥିରୁ ମଧ୍ୟ ବାଦ୍ ପଡ଼ିନଥିଲା ।