ପରିକ୍ରମା ପ୍ରକଳ୍ପ ବେଳେ ଭଙ୍ଗା ଯାଇଥିବା ମଠ ମନ୍ଦିରର ହେବ ପୁନର୍ବାସ
ପରିକ୍ରମା ପ୍ରକଳ୍ପ ବେଳେ ଭଙ୍ଗାଯାଇଥିବା ମଠ, ମନ୍ଦିର ହେବ ପୁନଃବାସ । ଏହାକୁ ପୁନଃ ସ୍ଥାପିତ କରିବେ ରାଜ୍ୟ ସରକାର ।
ପୁରୀ: ମଠ, ମନ୍ଦିର ପୁନଃ ସ୍ଥାପିତ କରିବେ ରାଜ୍ୟ ସରକାର । ପରିକ୍ରମା ପ୍ରକଳ୍ପ ବେଳେ ଭଙ୍ଗାଯାଇଥିବା ମଠ, ମନ୍ଦିର ହେବ ପୁନର୍ବାସ । ଏନେଇ ନୀତିଗତ ନିଷ୍ପତ୍ତି ନିଆଯାଇଛି। ଖାଲି ସେତିକି ନୁହେଁ, 19 ଟି ମଠକୁ ପୁନର୍ବାସ ପାଇଁ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି ।
ଗୋଟିଏ ସ୍ଥାନରେ ମଠଗୁଡ଼ିକର ବିଜେସ୍ଥଳୀ ସ୍ଥାପନ ହେବ । ଏନେଇ ପୁରୀରେ ଜାଗା ଚିହ୍ନଟ ହୋଇଛି । ଗୋଟିଏ ସ୍ଥାନରେ ବିଜେସ୍ଥଳୀ ରହିଲେ ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନ ଓ ସେବା ପୂଜା ସୁବିଧା ହେବ । ଏନେଇ ଦେବୋତ୍ତର କମିଶନରଙ୍କ ସହ ଦୁଇ ଥର ବୈଠକ ମଧ୍ୟ ହୋଇଛି ।