କଣ୍ଟେନରକୁ ପଛରୁ ପିଟିଲା ଆମ୍ବୁଲାନ୍ସ , ଜଣେ ମୃତ

ଯାଜପୁର ଜିଲ୍ଲା  ଧର୍ମଶାଳା ଥାନା NH-16 ଜାତୀୟ ରାଜପଥ ରଥିଆ ନିକଟରେ ଆମ୍ବୁଲାନ୍ସ ଦୁର୍ଘଟଣା ଗ୍ରସ୍ତ । ଜଣେ ମୃତ ।

ଯାଜପୁର: କଣ୍ଟେନରକୁ ପଛରୁ ପିଟିଲା ଆମ୍ବୁଲାନ୍ସ । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 2 ଜଣ ଆହତ ହୋଇଛନ୍ତି । ଦୁର୍ଘଟଣାରେ ଆମ୍ବୁଲାନ୍ସ ହେଲପରଙ୍କ ମୃତ୍ୟୁ ହୋଇଛି ଏବଂ ଫାର୍ମାସିଷ୍ଟଙ୍କ ସମେତ ଦୁଇ ଜଣ ଆହତ ହୋଇଛନ୍ତି । ଯାଜପୁର ଜିଲ୍ଲା  ଧର୍ମଶାଳା ଥାନା NH-16 ଜାତୀୟ ରାଜପଥ ରଥିଆ ନିକଟରେ ଏହି ଦୁର୍ଘଟଣା ଘଟିଛି ।

କଟକରୁ ରୋଗୀ ଛାଡ଼ି ଫେରୁଥିବା ବେଳେ ଦୁର୍ଘଟଣା ହୋଇଥିବା ଜଣା ପଡ଼ିଛି । ତେବେ ମୃତକ ଜଣକ ବଉଲାଙ୍ଗ ମଧୁପୁର ଅଞ୍ଚଳର ଅଚ୍ୟୁତାନନ୍ଦ ବାରିକ । ଏପଟେ ଆହତଙ୍କୁ ପ୍ରଥମେ ଧର୍ମଶାଳା ଓ ପରେ କଟକ ମେଡିକାଲ ପଠାଯାଇଥିବା ସୂଚନା ମିଳିଛି ।

ଦଶରଥପୁରର ଏହି 108 ଗାଡ଼ି ଦିନରେ 6ଟି ରୋଗୀ ସେବା ଦେବା ପରେ ସନ୍ଧ୍ୟାରେ ରୋଗୀକୁ କଟକରେ ଛାଡି ଫେରିଲା ବେଳେ ଦୁର୍ଘଟଣାର ଶିକାର ହୋଇଥିଲା । ତେବେ ଡ୍ରାଇଭରମାନଙ୍କୁ ବିଶ୍ରାମ ପାଇଁ ସମୟ ମିଳୁନଥିବାରୁ ଏପରି ଦୁର୍ଘଟଣା ଘଟୁଥିବା ସଂଘ ପକ୍ଷରୁ ଅଭିଯୋଗ ହୋଇଛି । ତେଣୁ କର୍ମଚାରୀମାନଙ୍କୁ ଶ୍ରମ ନିୟମାନୁସାରେ କାର୍ଯ୍ୟ କରିବାକୁ ଦିଆଯାଉ ବୋଲି ଦାବି ହୋଇଛି ।