ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଅଡ଼ୁଆ ବଢ଼ିଛି । ପୁଣିଥରେ କୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ପଡ଼ିବ ରାହୁଲଙ୍କୁ ।
ରାହୁଲଙ୍କ ବିରୋଧରେ କୋର୍ଟ ଜାମିନବିହୀନ ୱାରେଣ୍ଟ ଜାରି କରିଛନ୍ତି । ମାନହାନୀ ମାମଲାରେ ଏହି ୱାରେଣ୍ଟ ଜାରି କରାଯାଇଛି ।
ମାନହାନୀ ମାମଲା ନେଇ କୋର୍ଟରେ ହାଜର ହେବା ଲାଗି ୱାରେଣ୍ଟରେ କୁହାଯାଇଛି । ଏ ନେଇ ଅନ୍ୟ ସୂଚନା ହସ୍ତଗତ ହୋଇପାରି ନାହିଁ ।