ଆକଳନର 8 ଦିନ ପୂର୍ବରୁ କେରଳ ଛୁଇଁଲା ମୌସୁମୀ

କେରଳ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଆକଳନର 8 ଦିନ ପୂର୍ବରୁ ଛୁଇଁଲା ମୌସୁମୀ ।

ନୂଆଦିଲ୍ଲୀ: କେରଳ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଆକଳନର 8 ଦିନ ପୂର୍ବରୁ ଛୁଇଁଲା ମୌସୁମୀ । ଏନେଇ କେରଳର ଅଧିକାଂଶ ସ୍ଥାନରେ ବର୍ଷା ଜାରି ରହିଛି ।

ଜୁନ୍ 1 ରେ ଛୁଇଁବା ନେଇ ଆକଳନ କରିଥିଲା ଭାରତୀୟ ପାଣିପାଗ ବିଭାଗ । ଦୀର୍ଘ 16 ବର୍ଷ ପରେ ଏଥର ଶିଘ୍ର ଆସିଛି ମୌସୁମୀ । 2009 ରେ ବି ଶିଘ୍ର ଆସିଥିଲା ମୌସୁମୀ । ମେ 23 ତାରିଖରେ କେଲଳ ଛୁଇଁଥିଲା ।

୧୩ ତାରିଖରେ ଆଣ୍ଡାମାନ ସାଗରରେ ପ୍ରବେଶ କରିଥିଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ବଙ୍ଗୋପସାଗର ସମେତ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଓ ଆଣ୍ଡାମାନ ସାଗର ଅଞ୍ଚଳକୁ ଅଗ୍ରସର ହୋଇଥିଲା ।