ମୌସୁମୀ ପହଁଞ୍ଚୁ ପହଁଞ୍ଚୁ ୱାର୍ଣ୍ଣିଂ ଜାରି, ଏହି ୫ ଜିଲ୍ଲାରେ ପ୍ରବଳ ଛେଚିବ

ଭୁବନେଶ୍ୱର: ଆଗାମୀ ୩ ଘଣ୍ଟା ପାଇଁ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

କଟକ, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ଢେଙ୍କାନାଳରେ ପ୍ରବଳ ବର୍ଷା ସମ୍ଭାବନା । ଏ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

୫ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଚେତାବନୀ ।

ଟ୍ୱିନସିଟିରେ ବର୍ଷା ନେଇ ୨ ଘଣ୍ଟା ଆଲର୍ଟ ଜାରି କରାଯାଇଛି । ସକାଳୁ ଉଭୟ କଟକ ଓ ଭୁବନେଶ୍ୱରରେ ବର୍ଷା ଆରମ୍ଭ ହୋଇଯାଇଛି ।

ସେପଟେ ଆଜି କେରଳ ଛୁଇଁଛି ମୌସୁମୀ । ଚଳିତ ବର୍ଷ ସମୟ ପୂର୍ବରୁ ମୌସୁମୀ କେରଳ ଛୁଇଛି । ଏ ହାପୂର୍ବାୁ ୨୦୦୯ରେ ଶୀଘ୍ର ମୌସୁମୀ କେରଳ ଆସିଥିଲା ।