ଆଜି ଏହି ରାଶିର ବ୍ୟକ୍ତିମାନଙ୍କ ଉପରେ ହେବ ଧନ ବର୍ଷା, ବ୍ୟବସାୟରେ ବି ମିଳିବ ଲାଭ; ଜାଣନ୍ତୁ ଆଜିର ରାଶିଫଳ…
ରାଶି ଅନୁସାରେ ଆପଣଙ୍କ ଦିନ ଆଜି କେମିତି ରହିବ ଏବଂ କେଉଁ ଉପାୟରେ ଆଜିର ଦିନଟିକୁ ଆପଣ ବହୁତ ଭଲ ବନେଇପାରିବେ ଜାଣନ୍ତୁ । ଆଜି ଆପଣଙ୍କର ଶୁଭ ରଙ୍ଗ ଏବଂ ଶୁଭ ସଂଖ୍ୟା କଣ ହେବ, ତାହା ମଧ୍ୟ ଜାଣନ୍ତୁ ।
ମେଷ – ଘାତ ଚନ୍ଦ୍ର ରହିଥିବାରୁ କାର୍ଯ୍ୟ ହାନି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ମନରେ ଆଶା ଏବଂ ନିରାଶାର ଭାବନା ରହିପାରେ । ମାଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଜୀବନ ସାଥୀଙ୍କ ସମର୍ଥନ ପାଇବ । ଖର୍ଚ୍ଚ ବୃଦ୍ଧି ପାଇଲେ ମଧ୍ୟ ନୂତନ ଆୟର ପନ୍ଥା ଦେଖା ଦେବ ।
ଶୁଭ ରଙ୍ଗ- ନାଲି
ଶୁଭ ସଂଖ୍ୟା- 5
ବୃଷ – କୃଷ୍ଣ ପକ୍ଷ ଦ୍ଵାଦଶ ଚନ୍ଦ୍ର , ମନ ପ୍ରଫୁଲ୍ଲ ରହିବ । ଅନାବଶ୍ୟକ କ୍ରୋଧ ଏବଂ ବିତର୍କରୁ ଦୂରେଇ ରୁହନ୍ତୁ । ଆୟ ବୃଦ୍ଧି ପାଇବ । ଆପଣ ଶିକ୍ଷାଗତ ଏବଂ ବୌଦ୍ଧିକ କାର୍ଯ୍ୟରୁ ମଧ୍ୟ ସମ୍ମାନ ପାଇବେ । ସୁସ୍ୱାଦୁ ଖାଦ୍ୟ ପାଇଁ ଆଗ୍ରହୀ ହେବେ । ଜମିଜମା, ରାଜନୀତି କ୍ଷେତ୍ରରେ ବିଜୟ ଲାଭ କରିବେ ।
ଶୁଭ ରଙ୍ଗ- ବାଇଗଣୀ
ଶୁଭ ସଂଖ୍ୟା- 6
ମିଥୁନ – ସବୁ କାର୍ଯ୍ୟରେ ସଫଳତା ଅର୍ଜନ କରିବେ । ପାରିବାରିକ ଦାୟିତ୍ବ ବଢିପାରେ । କର୍ମ କ୍ଷେତ୍ରରେ ସମ୍ମାନ ମିଳିବ । ପଢାଲେଖାରେ ମନ ଦିଇନ୍ତୁ । ଏହା ସହ ଆଜି ଯଦି କୌଣସି ଇଣ୍ଟରଭ୍ୟୁ ଦେବାକୁ ଯାଉଛନ୍ତି ତ ଅମୃତଭଣ୍ଡା ଖାଇକି ଯାଆନ୍ତୁ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ସାଙ୍ଗମାନଙ୍କ ସହଯୋଗ ଲାଭ କରିବେ । ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଅନେକ ପ୍ରଶଂସା ମିଳିବ।
ଶୁଭ ରଙ୍ଗ- ଗ୍ରେ ବା ଧୂଷର
ଶୁଭ ସଂଖ୍ୟା- 8
କର୍କଟ – ମନରେ ଧାର୍ମିକ ଭାବନା ସୃଷ୍ଟି ହେବ । ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ମା’ଙ୍କ ସହିତ ସମୟ ଅତିବାହିତ କରିବେ । ବ୍ୟବସାୟରେ ଅଧିକ ଲାଭ ଯୋଗ ରହିଛି । କିଛି ନୂତନ ପ୍ରକଳ୍ପ ସଂପର୍କରେ ଏକ ବିଦେଶ ଯାତ୍ରାକୁ ଯାଇପାରନ୍ତି । ନିଜ କର୍ମକୁ ନେଇ ସୁଖ ଅନୁଭବ କରିବେ।
ଶୁଭ ରଙ୍ଗ- ନାରଙ୍ଗୀ
ଶୁଭ ସଂଖ୍ୟା- 9
ସିଂହ – ଅନ୍ୟ କାହା କଥାରେ ମୁଣ୍ଡ ପୁରାଇ ସମସ୍ୟାକୁ ଡାକି ପାରନ୍ତି । ଅନାବଶ୍ୟକ କ୍ରୋଧ ଏବଂ ବିତର୍କରୁ ଦୂରେଇ ରୁହନ୍ତୁ । ଘାତ ପ୍ରତିଘାତ ଆସିବାର ଯଥେଷ୍ଟ ସମ୍ଭାବନା ରହିଛି । ଧନ କ୍ଷୟର ଯୋଗ ରହିଛି । ଚାକିରିର ସୁଯୋଗ ସାଙ୍ଗଙ୍କ ସାହାଯ୍ୟରେ ମିଳିବ । ପୂର୍ବ ସମସ୍ୟାର ସମାଧାନ ହେବ ।
ଶୁଭ ରଙ୍ଗ- ଗୋଲାପୀ
ଶୁଭ ସଂଖ୍ୟା- 5
କନ୍ୟା – ଶାରୀରିକ ପୀଡା ଅନୁଭବ କରିବେ । ଶିକ୍ଷାଗତ କାର୍ଯ୍ୟରେ ଆଗ୍ରହୀ ହେବେ । ପରିବାରରେ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ । ଚାକିରି କ୍ଷେତ୍ରରେ ଆପଣ ସଫଳତା ପାଇବେ । ଭାଇମାନଙ୍କ ସାହାଯ୍ୟରେ ନୂଆ କାମ ଆରମ୍ଭ ହେବ । ଅର୍ଥ ଲାଭର ଯୋଗ ରହିଛି ।
ଶୁଭ ରଙ୍ଗ- ହଳଦିଆ
ଶୁଭ ସଂଖ୍ୟା- 1
ତୁଳା – ମନ ଚଞ୍ଚଳ ଓ ଅସ୍ଥିର ରହିବ । କିଛି ବିଶେଷ ସଫଳତା ହାସଲ ପାଇଁ ଆଶାବାଦୀ ହୋଇ ରହିବେ । କଳା କିମ୍ବା ସଙ୍ଗୀତ ପ୍ରତି ଇଚ୍ଛା ବଢିପାରେ । ବ୍ୟବସାୟରେ ଅସୁବିଧା ହୋଇପାରେ । ଆପଣ ଜଣେ ବନ୍ଧୁଙ୍କ ସାହାଯ୍ୟରେ ଲାଭବାନ ହେବାର ସୁଯୋଗ ପାଇବେ । ପ୍ରଗତିର ରାସ୍ତା ଖୋଲାଯିବ।
ଶୁଭ ରଙ୍ଗ- ଗୋଲ୍ଡେନ
ଶୁଭ ସଂଖ୍ୟା- 2
ବିଛା – ପ୍ରଶାସନିକ ,ବ୍ୟବସାୟ କ୍ଷେତ୍ରରେ ଲାଭ ଯୋଗ ରହିଛି । ନୂତନ କର୍ଯ୍ୟାରମ୍ଭ ପାଇଁ ଆଲୋଚନା କରିବେ । ମନରେ ଆଶା ଏବଂ ନିରାଶାର ଭାବନା ରହିପାରେ । ନିଜ ସାଥୀଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ମା’ଙ୍କ ସାନିଧ୍ୟ ପାଇବେ । ଯାନର ରକ୍ଷଣାବେକ୍ଷଣ ପାଇଁ ଖର୍ଚ୍ଚ ବୃଦ୍ଧି ପାଇବ । ପତି ପତ୍ନୀଙ୍କ ସହଯୋଗ ରହିବ ।
ଶୁଭ ରଙ୍ଗ- କଳା
ଶୁଭ ସଂଖ୍ୟା-5
ଧନୁ – କିଛି ନୂତନ ଚିନ୍ତାଧାରା ମନକୁ ଆସିବ, ଯାହା ଆପଣଙ୍କୁ ବ୍ୟତିବ୍ୟସ୍ତ କରିଦେବ । ଅତ୍ୟଧିକ କ୍ରୋଧରୁ ଦୂରେଇ ରୁହନ୍ତୁ । ଶିକ୍ଷାଗତ କାର୍ଯ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଚାକିରିରେ କିମ୍ବା ନିଜ କର୍ମକ୍ଷେତ୍ରରେ କଠିନ ପରିଶ୍ରମ କରିବେ । ନୂତନ ବ୍ୟବସାୟ ଆରମ୍ଭ କରିବା ପୂର୍ବରୁ ଭଲ ଭାବରେ ଚିନ୍ତା କରନ୍ତୁ ।
ଶୁଭ ରଙ୍ଗ- ସିଲଭର
ଶୁଭ ସଂଖ୍ୟା- 6
ମକର – ମନ ପ୍ରସନ୍ନ ରହିବ, କିନ୍ତୁ ଅଳସୁଆ ମଧ୍ୟ ହୋଇପାରନ୍ତି । ଭାଷଣରେ ମଧୁରତା ରହିବ । ନିଜ ସାଥୀଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଚାକିରିରେ କର୍ମକ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ । ଭ୍ରମଣର ଯୋଗ ରହିଛି । ବିଦ୍ୟାର୍ଥୀ ଲାଭବାନ ହେବେ । ପାରିବାରିକ କଳହଠାରୁ ଦୂରେଇ ରୁହନ୍ତୁ ।
ଶୁଭ ରଙ୍ଗ- ନୀଳ
ଶୁଭ ସଂଖ୍ୟା- 6
କୁମ୍ଭ– ମନ ଖୁସି ରହିବ । ପରିବାରରେ ଆପଣଙ୍କର ସମ୍ମାନ ବଢିବ । ଚାକିରିରେ ଅଧିକାରୀଙ୍କ ସହଯୋଗ ମିଳିବ । ପ୍ରଗତିର ରାସ୍ତା ଖୋଲାଯିବ। ଆୟ ବୃଦ୍ଧି ପାଇବ | ମା ଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ | ପିଲାମାନଙ୍କଠାରୁ ଏକ ଖୁସି ଖବର ଆସିବ | ମୋଟା ମୋଟି ଭାବେ ଦିନଟି ଅତି ଉତ୍ତମ ରହିବ ।
ଶୁଭ ରଙ୍ଗ- ଗ୍ରେ ବା ପାଉଁଶିଆ
ଶୁଭ ସଂଖ୍ୟା- 5
ମୀନ– ପରିବାର କିମ୍ବା କର୍ମ କ୍ଷେତ୍ରରେ କଳହର ସମ୍ମୁଖୀନ ହେବାକୁ ପଡ଼ିପାରେ । ମନ ବିଚଳିତ ହୋଇପାରେ । ବ୍ୟବସାୟରେ ଉତ୍ଥାନ-ପତନ ରହିବ । କିନ୍ତୁ ବ୍ୟବସାୟ ପାଇଁ ବିଦେଶ ଯାତ୍ରା କରିବା ଲାଭଦାୟକ ହେବ। ସାଙ୍ଗମାନଙ୍କ ସମର୍ଥନ ମିଳିବ । ଅର୍ଥ ହାନିର ଯୋଗ ରହିଛି ।
ଶୁଭ ରଙ୍ଗ- ହଳଦିଆ
ଶୁଭ ସଂଖ୍ୟା- 2