ଭୂମିକମ୍ପ ଝଟକାରେ ପୁଣି ଦୋହଲିଲା ଆଫଗାନିସ୍ତାନ, ରିକ୍ଟର ସ୍କେଲରେ ମପାଗଲା ଏତିକି ତୀବ୍ରତା

ଆଫଗାନିସ୍ତାନରେ ପୁଣି ଭୂମିକମ୍ପ, ତୀବ୍ରତା ଏତିକି

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଭୂମିକମ୍ପର ଝଟକା ପୁଣି ଅନୁଭୂତ ହୋଇଛି। ଭାରତୀୟ ସମୟାନୁସାରେ, ରବିବାର ସକାଳ ୬ଟା ୩୩ ମିନିଟରେ ଆଫଗାନିସ୍ତାନରେ ୪.୨ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି।

ଭୂମିକମ୍ପର କେନ୍ଦ୍ରସ୍ଥଳ ୩୬.୨୬ ଉତ୍ତର ଅକ୍ଷାଂଶ ଏବଂ ୬୯.୭୪ ପୂର୍ବ ଦାଘ୍ରିମାରେ ୧୩୫ କିମି ଗଭୀରତାରେ ଅବସ୍ଥିତ ଥିଲା।

ଆଫଗାନିସ୍ତାନରେ ଶନିବାର ଦିନ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା। ସୂଚନା ମୁତାବକ, ଆପଗାନିସ୍ତାନରେ ଆସିଥିବା ଭୂମିକମ୍ପର ତୀବ୍ରତା ୪.୫ ରହିଥିଲା। ନେସନାଲ ସେଣ୍ଟର ଫର ସୀସ୍ମୋଲୋଜୀ ଦ୍ୱାରା ଜାରି କରାଯାଇଥିବା ସୂଚନା ମୁତାବକ, ଭୂମିକମ୍ପ ୧୨୦ କିମି ଦୂରରେ ଆସିଥିଲା।

ଏହା ପୂର୍ବରୁ ୧୯ ମେ’ ରେ ଆଫଗାନିସ୍ତାନରେ ୪.୨ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା। ଏନସିଏସ ଏକ୍ସରେ ଏକ ପୋଷ୍ଟରେ କହିଛି ଯେ, ଭୂମିକମ୍ପ ଭାରତୀୟ ସମୟାନୁସାରେ ସକାଳ ୮.୫୪ରେ ଆସିଥିଲା।