‘SPIRIT’ରେ ରିପ୍ଲେସ ହେଲେ ଦୀପିକା ପାଦୁକୋନ, ଏବେ ପ୍ରଭାସଙ୍କ ସହ ରୋମାନ୍ସ କରିବେ ରଣବୀରଙ୍କ ହିରୋଇନ
ସ୍ପିରିଟରେ ଅଭିନୟ କରିବେନି ଦୀପିକା, ଏହି ହିରୋଇନ କରିବେ ଅଭିନୟ
ନୂଆଦିଲ୍ଲୀ: ଦୀପିକା ପାଦୁକୋନ ବର୍ତ୍ତମାନ ନିଜ ମଦରହୁଡ୍ ଜର୍ଣ୍ଣି ଉପଭୋଗ କରୁଛନ୍ତି। ଅଭିନେତ୍ରୀ ନିଜ ଝିଅକୁ ଜନ୍ମ ଦେବା ପରେ ନିଜ କାମଠାରୁ ଦୂରେଇ ଯାଇଛନ୍ତି। କିନ୍ତୁ ଫ୍ୟାନ୍ସ ଦୀପିକାଙ୍କ ଅପକମିଙ୍ଗ ଫିଲ୍ମକୁ ଅପେକ୍ଷା କରିଛନ୍ତି। ଏହାରି ମଧ୍ୟରେ ଦୀପିକା ପାଦୁକୋନଙ୍କ ଫ୍ୟାନ୍ସଙ୍କ ପାଇଁ ଦୁଃଖ ଖବର।
ଦୀପିକା ଆନିମଲ ଏବଂ କବୀର ସିଂ ଭଳି ଫିଲ୍ମର ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ବାଙ୍ଗାଙ୍କ ଅପକମିଙ୍ଗ ଫିଲ୍ମ ‘ସ୍ପିରିଟ’ରେ ପ୍ରଭାସଙ୍କ ସହ ଅଭିନୟ କରିଥାଆନ୍ତେ। ହେଲେ ବର୍ତ୍ତମାନ ଏହା ହୋଇପାରିବ ନାହିଁ। କାରଣ ଦୀପିକା ପାଦୁକୋନ ବର୍ତ୍ତମାନ ଫିଲ୍ମ କରିବେନି।
ତୃପ୍ତି ଡିମରୀ ହେଲେ ପ୍ରଭାସଙ୍କର ହିରୋଇନ: ତୃପ୍ତି ଡିମରୀ ‘ସ୍ପିରିଟ’ ପାଇଁ କରିଲେ ହଁ। ତୃପ୍ତି ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି, ଯେଉଁଥିରେ ଅନେକ ଭାରତୀୟ ଭାଷାରେ ତାଙ୍କର ନାମ ଲେଖାଯାଇଛି ଏବଂ ଏଥିସହ ବଡ଼ ବଡ଼ ଶବ୍ଦରେ ‘ସ୍ପିରିଟ’ ଲେଖାଯାଇଛି।
ଫିଲ୍ମକୁ ନେଇ ନିଜର ଖୁସି ବ୍ୟକ୍ତ କରି ତୃପ୍ତି କ୍ୟାପ୍ସନରେ ଲେଖିଛନ୍ତି ଯେ, ଏବେ ବି ଭାବନାରେ ବୁଡ଼ି ରହିଛି.. ଏହି ଜର୍ଣ୍ଣିରେ ଭରସା ପାଇବା ଲାଗିି ଖୁବ୍ ଉତ୍ସାହ ରହିଛି। ଧନ୍ୟବାଦ ସନ୍ଦୀପ ରେଡ୍ଡୀ ବାଙ୍ଗା.. ଆପଣଙ୍କ ବିଜନେସର ଅଂଶ ହୋଇ ସମ୍ମନୀୟ ଅନୁଭବ କରୁଛି।
View this post on Instagram