ଅଜବ ପ୍ରେମର ଗଜବ କାହାଣୀ, ପ୍ରେମିକର ସୋଉକ ପୁରା କରିବାକୁ ପ୍ରେମିକା ସାଜିଲା ଚୋରଣୀ

ମାଲିକ ଘରୁ ଲକ୍ଷାଧିକ ଟଙ୍କା ସୁନା ଗହଣା ଚୋରି କରି କିଣିଥିଲେ ଦାମି ବାଇକ୍।

ଉତ୍ତରପ୍ରଦେଶ:  ସାମ୍ନାକୁ ଆସିଛି ଏକ ଭିନ୍ନ ପ୍ରେମ କାହାଣୀ। ଯେଉଁଥିରେ ନିଜ ପ୍ରେମିକର ସୋଉକ ପୂରା କରିବାକୁ ତା’ର ପ୍ରେମିକ ସାଜିଛି ଚୋର। ଏକଥା ଟି ଆପଣଙ୍କୁ ଟିକେ ଅଜବ ଲାଗୁଥିବ। କାରଣ ଅନେକ ସମୟରେ ଦେଖିବାକୁ ମିଳିଛି କି, ପ୍ରେମିକାର ଇଚ୍ଛା ପୂରା କରିବାକୁ ପ୍ରେମିକମାନେ ସବୁବେଳେ ଚେଷ୍ଟା କରିଥାନ୍ତି।

ବିଭିନ୍ନ ପ୍ରକାର ଉପାୟ ମଧ୍ୟ କରିଥାନ୍ତି। ହେଲେ ପ୍ରେମିକର ଇଚ୍ଛା ପୂରଣ କରିବାକୁ ପ୍ରେମିକାର ଏପରି ପ୍ରୟାସ ବୋଧହୁଅ ଆପଣମାନଙ୍କୁ ଟିକେ ଆଶ୍ଚର୍ଯ୍ୟ କରୁଥିବ। ହେଲେ ଘଟଣାଟି ସମ୍ପୂର୍ଣ୍ଣ ସତ।

ପ୍ରେମିକା ସାଜିଲା ଚୋରଣୀ: ପ୍ରେମିକାଙ୍କ ସଉକ ପୂରଣ କରିବା ପାଇଁ ଯୁବକମାନେ ଚୋର ହେବାର ଖବର ତୁମେ ଶୁଣିଥିବ ନିଶ୍ଚୟ, କିନ୍ତୁ ୟୁପିର ବହରାଇଚରେ ଜଣେ ଯୁବତୀ ତାଙ୍କ ପ୍ରେମିକଙ୍କ ମହଙ୍ଗା ସଉକ ପୂରଣ କରିବା ପାଇଁ ଅପରାଧର ପଥ ବାଛି ନେଇଥିଲେ।

ଯେଉଁ ଘରେ ଝିଅଟି ଝାଡୁଦାର ଭାବରେ କାମ କରୁଥିଲା। ସେହି ଘରୁ ଲକ୍ଷ ଲକ୍ଷ ଟଙ୍କା ଚୋରି ହୋଇଥିଲା। ଆଉ ଯେତେବେଳେ ପୋଲିସ ଝିଅଟିକୁ ହେପାଜତକୁ ନେଇ ପଚରାଉଚରା କଲା, ସେତେବେଳେ ସମ୍ପୂର୍ଣ୍ଣ ଘଟଣା ସାମ୍ନାକୁ ଆସିଲା।

କାହିଁକି ସାଜିଲା ଚୋରଣୀ:  ପ୍ରକୃତରେ ସହରର କାଜିପୁରାର ବାସିନ୍ଦା ସହିଦ ସାଗିରଙ୍କ ଘରେ ଚୋରି ହୋଇଥିଲା। ଏହି ଘଟଣାଟି ତାଙ୍କ ଘର ପାଖରେ ଥିବା ଜଣେ ପଡ଼ୋଶୀ ଝିଅ କରିଥିଲା।  ଘଟଣା ବିଷୟରେ ପୋଲିସ ସୂଚନା ପାଇବା ପରେ ତଦନ୍ତ ଆରମ୍ଭ କରିଥିଲା।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି କ୍ୟାମେରାଗୁଡ଼ିକୁ ସ୍କାନ୍ କରିବା ପରେ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିଲା। ପୋଲିସର ସୂଚନା ଅନୁଯାୟୀ, ଅଭିଯୁକ୍ତ ସୁନା ଏବଂ ରୂପା ଅଳଙ୍କାର ସହିତ ୪୦,୦୦୦ ଟଙ୍କା ଲୁଟି ନେଇଛନ୍ତି।

ଚୋରି ଟଙ୍କାରେ ବାଇକ୍:  ପୋଲିସ ପଚରାଉଚରା ସମୟରେ ଏହି ଘଟଣା ସାମ୍ନାକୁ ଆସିଥିଲା। ପଚରାଉଚରା ସମୟରେ ଜଣାପଡିଲା ଯେ ସେ ଯେଉଁ ଘରେ ସଫେଇ କାମ କରେ, ସେଠାରୁ ଝିଅଟି ୭ ରୁ ୮ ଲକ୍ଷ ଟଙ୍କା ଚୋରି କରିଥିଲେ।

ଏହା ସହିତ, ଘରମାଲିକଙ୍କ ଆଲମାରୀରେ ରଖାଯାଇଥିବା ଲକ୍ଷ ଲକ୍ଷ ଟଙ୍କାର ସୁନା ଏବଂ ରୂପା ଅଳଙ୍କାର ଚୋରି ହୋଇଯାଇଥିଲା। ଚତୁରତାର ସହ ମାଲିକ ଘରୁ କଳାକନା ବୁଲାଇବା ପରେ, ପ୍ରେମିକ ପାଇଁ ୧ ଲକ୍ଷ ୨୭ ହଜାର ଟଙ୍କା ମୂଲ୍ୟର ଏକ ରାଇଡର ବାଇକ୍ କିଣିଥିଲା ଚୋରଣି ପ୍ରେମିକା।

ଜେଲରେ ପ୍ରେମିକା-ପ୍ରେମିକ: ଚୋରି ପରେ, ସୁନା ଏବଂ ରୂପା ଅଳଙ୍କାରଗୁଡ଼ିକୁ ସହରର ଜଣେ ଅଳଙଅକାର ବ୍ୟବସାୟୀଙ୍କୁ ବିକ୍ରି କରାଯାଇଥିଲା। ହି ଘଟଣା ଜଣାପଡ଼ିବା ପରେ, ଅଭିଯୁକ୍ତମାନେ ପୋଲିସ ସହିତ ଘଟଣାସ୍ଥଳକୁ ଯାଇ ସୁନା ଗହଣା ବିକ୍ରି କରିଥିବା ଦୋକାନ ଚିହ୍ନାଇଥିଲେ।

ତା’ପରେ ପୋଲିସ ଚୋରି ହୋଇଥିବା ଅଳଙ୍କାର ଏବଂ ନଗଦ ଟଙ୍କା ଉଦ୍ଧାର କରିଥିଲା। ବର୍ତ୍ତମାନ ପୋଲିସ ଚୋର ପ୍ରେମିକା ଏବଂ ପ୍ରେମିକଙ୍କୁ ଗିରଫ କରି ଜେଲ ପଠାଇ ଦେଇଛି।