ଅନୁଗୁଳ: କୁହାଯାଏ ମାଆ ଠାରୁ ଏ ଦୁନିଆରେ ଆଉ କେହି ବେଶୀ ନିଜର ନୁହେଁ। କାରଣ ଗୋଟେ ମାଆ ହିଁ ବୁଝିପାରେ ତା ଛୁଆର ମନକଥା। ନିଜେ ନଖାଇ ନ ପିଇ ନିଜ ଛୁଆକୁ କୋଳେଇ କାଖେଇ ମଣିଷ କରେ। ହେଲେ ଏବେ ଏ ସମାଜ ଏତେ କଳୁଷିତ ହୋଇଗଲାଣି ଯେ, ସେହି ମା’କୁ ବି ହତ୍ୟା କରିବାକୁ ପଛଉ ନାହାନ୍ତି ଛୁଆ।
ବାପା, ମା’କୁ ତାଙ୍କ ନିଜ ସନ୍ତାନ ହତ୍ୟା କରିବା ଘଟଣା ଏବେ ବୋହୁ ମାତ୍ରାରେ ଦେଖିବାକୁ ମିଳୁଛି। ଠିକ୍ ସେହିପରି ଏବେ ଆଉ ଏକ ଘଟଣା ଦେଖିବାକୁ ମିଳିଛି ଅନୁଗୁଳରେ। ଜଣେ ପୁଅ ତା ନିଜ ଜନ୍ମକଲା ମା’କୁ ପିଟିପିଟି ହତ୍ୟା କରିଥିବା ସୂଚନା ମିଳିଛି।
ତେବେ ଘଟଣା ହେଉଛି ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ପରାଗାଁର। ଉକ୍ତ ଗାଁର ଜଣେ ଯୁବକ ତା ନିଜ ଜନ୍ମ କଲା ମାଆକୁ ପିଟିପିଟି ମାରିଦେଇଛି। ହେଲେ ହତ୍ୟାକାଣ୍ଡ କାହିଁକି ହେଲା ସେ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ। ଅଭିଯୁକ୍ତ ପୁଅକୁ ଅଟକ ରଖାଯାଇଛି।