ବର୍ଷା ଋତୁ ଆଗରୁ ଆସିଲା ଲଘୁଚାପ, ବଙ୍ଗୋପସାଗରରେ ସୃଷ୍ଟି ହେଲା ଲୋ ପ୍ରେସର

ସୃଷ୍ଟି ହେଲା ଲଘୁଚାପ

ଭୁବନେଶ୍ୱର: ସୃଷ୍ଟି ହେଲା ଲଘୁଚାପ। ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ବର୍ଷା ଋତୁ ନ ଆସିବା ପୂର୍ବରୁ ଆସିଲା ଲଘୁଚାପ। ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହେଲା ଲଘୁଚାପ। ଉତ୍ତର ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ।

ହେଲେ ଏଯାଏଁ ଆସିନି ମୌସୁମୀ। ଆଉ ଦୁଇ ଦିନ ଭିତରେ ମୌସୁମୀ ଓଡ଼ିଶା ଛୁଇଁବ ବୋଲି କୁହାଯାଉଛି। ହେଲେ ମୌସୁମୀ ଛୁଇଁବା ପୂର୍ବରୁ ସୃଷ୍ଟି ହେଲାଣି ଲଘୁଚାପ। ଛେଚିଲାଣି ବର୍ଷା। ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପୂର୍ବରୁ ଆରମ୍ଭ ହୋଇଗଲାଣି ବର୍ଷା।

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପରବର୍ତ୍ତୀ ୪୮ ଘଣ୍ଟାରେ ଅଧିକ ଘନୀଭୂତ ହେବ। ଧିରେ ଧିରେ ଏହା ଉତ୍ତରମୁହାଁ ହେବାର ସମ୍ଭାବନା ରହିଛି।  ସେପଟେ ଲଘୁଚାପ କ୍ଷେତ୍ର ଆରମ୍ଭ ହେବା ପୂର୍ବରୁ ସବୁ ଜିଲ୍ଲାପାଳଙ୍କୁ ବର୍ଷା ନେଇ ସତର୍କ କରିଥିଲା SRC।