ବାହାଦୁର ହାତୀ: ବିଦ୍ୟୁତ୍ ଖୁଣ୍ଟିକୁ ଉପାଡ଼ି ଶୁଆଇଦେଲା ଗଜରାଜ, ଦେଖନ୍ତୁ (Video)

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ ।ଆଇଏଫଏସ୍ କଲେ ଶେୟାର ।

ଓଡ଼ିଶା ଭାସ୍କର: ପଶୁମାନେ ଅନେକ ସମୟରେ ବିଚିତ୍ର କାରନାମା କରି ଅନ୍ୟମାନଙ୍କୁ ଚିନ୍ତାରେ ପକାଇ ଦେଇଥାନ୍ତି । ବର୍ତ୍ତମାନ ସମୟରେ ହାତୀର ଏକ ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି ।

ଯେଉଁଥିରେ ଦେଖିବାକୁ ମିଳୁଛି ହାତୀଟି, କରେଣ୍ଟ ତାରକୁ କେମିତି ବାଟରୁ ହଟାଉଛି । ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବା ସହ ୟୁଜର୍ସଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ।

ଏହି ଭିଡିଓକୁ ଏକ୍ସରେ ପରବିନ କଶୱାନ ନାମକ ଆଇଏଫଏସ୍ ଶେୟାର କରିଛନ୍ତି । କ୍ୟାପଶନରେ ପରବିନ ଲେଖିଛନ୍ତି, ଏ ହାତୀ ପଦାର୍ଥ ବିଜ୍ଞାନରେ ମାଷ୍ଟର । ଦେଖନ୍ତୁ କିପରି ଭାବେ ତାରକୁ ନିସ୍କ୍ରିୟ କରୁଛି ଏହି ହାତୀ । ଏଭଳି ଅନେକ ଡକ୍ୟୁମେଣ୍ଟ ଥିବାବେଳେ ଆଗାମୀ ଦିନରେ ଏ ନେଇ ଏକ ଷ୍ଟଡି ରିଲିଜ କରାଯିବ ବୋଲି କ୍ୟାପ୍ସନରେ ଉଲ୍ଲେଖ କରାଯାଇଛି ।

ଏହି ଭିଡିଓକୁ ଦେଖି ଲୋକମାନେ ହାତୀକୁ ଭାରି ପ୍ରଶଂସା କରିଛନ୍ତି । ୧୦ ହଜାରରୁ ଅଧିକ ଲୋକ ଏ ଭିଡିଓକୁ ଦେଖିସାରିଥିବାବେଳେ ଶତାଧିକ କମେଣ୍ଟ ଏହି ଭିଡିଓରେ ଲୋକ ଦେଇଛନ୍ତି ।