କଟକ: କଟକ ମ୍ୟୁନିସିପାଲଟି କର୍ପୋରେଶନ ଯନ୍ତ୍ରୀଙ୍କ ଛୁଟି ବାତିଲ ଘୋଷଣା କରାଯାଇଛି । ମେ’ ୩୧ ତାରିଖ ପର୍ଯ୍ୟନ୍ତ ଛୁଟି ନେଇ ପାରିବେ ନାହିଁ ଯନ୍ତ୍ରୀ ।
ଛୁଟି ବାତିଲ ନିଷ୍ପତ୍ତି ନେଇଛନ୍ତି ମେୟର । ବର୍ଷା ଆଶଙ୍କା ଜନିତ ଦୁର୍ବିପାକକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ।
ବର୍ଷା ଯୋଗୁ ଜଳବନ୍ଦୀ ସ୍ଥିତି ସୃଷ୍ଟି ହେଲେ ନିଆଯିବ ପଦକ୍ଷେପ । ସମ୍ପୃକ୍ତ ଅଧିକରୀଙ୍କ କ୍ଷେତ୍ରରେ ପଦକ୍ଷେପ ଗ୍ରହଣ କରାଯିବ ।
ଜୁନ ମାସରେ ଅଧିକ ବର୍ଷା ନେଇ ପୂର୍ବାନୁମାନ । ଜୁନରେ ୧୦୬ ପ୍ରତିଶତ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।
ପ୍ରାକ୍ ମୌସୁମୀ ବର୍ଷା ସ୍ୱଭାବିକଠାରୁ ଅଧିକ ରହିଛି । ମେ ମାସରେ ଦେଶରେ ସ୍ୱଭାବିକଠାରୁ ଅଧିକ ବର୍ଷା ହୋଇଛି ।
ଉତ୍ତର-ପୂର୍ବାଞ୍ଚଳ ରାଜ୍ୟକୁ ଛାଡ଼ି ଅନ୍ୟ ସ୍ଥାନରେ ଅଦିକ ବର୍ଷା ହୋଇଛି । କେରଳକୁ ୮ ଦିନ ଆଗୁଆ ମୌସୁମୀ ପ୍ରବେଶ କରିଛି ।
ଦକ୍ଷିଣ ଭାରତ ଓ ମହାରାଷ୍ଟ୍ରରେ ମଧ୍ୟ ମୌସୁମୀ ଆଗୁଆ ପହଞ୍ଚିଛି । ମୌସୁମୀ ଅଗ୍ରସର ନେଇ ଦେଶରେ ପାଗ ଅନୁକୂଳ ରହିଛି ।