ସୁଲନ୍ତ ମିଶାଲଙ୍କ ପାଇଁ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ୪ ଲକ୍ଷର ଅନୁକମ୍ପା ଘୋଷଣା

ସୁଲନ୍ତ ମିଶାଲଙ୍କ ପରିବାରବର୍ଗଙ୍କ ପାଇଁ ସହାୟତା ଘୋଷଣା

ଭୁବନେଶ୍ୱର: ଗଜପତିରେ ଶାରୀରିକ ପରୀକ୍ଷାବେଳେ ଯୁବକଙ୍କ ମୃତ୍ୟୁ ଘଟଣା। ଏ ନେଇ ଗଭୀର ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସୁଲନ୍ତ ମିଶାଲଙ୍କ ପରିବାରବର୍ଗଙ୍କ ପାଇଁ ସହୟତା ଘୋଷଣା କରାଯାଇଛି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ସକାଳେ ଏହି ହୋମଗାର୍ଡ ନିଯୁକ୍ତ ପାଇଁ ଚାଲିଥିଲା ଶାରୀରିକ ପରୀକ୍ଷା। ମୃତ ଯୁବକ ଜଣକ ରାମଗିରି ଥାନା ଅନ୍ତର୍ଗତ ପରିସଲ ଗାଁର ଅଟନ୍ତି। ଏଥିରେ ଆଉ ଜଣେ ଗୁରୁତର ମେଡିକାଲରେ ଭର୍ତ୍ତି ହୋଇଥିଲେ।