ମହିଳା ୱାର୍ଲଡ କପ ୨୦୨୫ର ଜାରି ହେଲା ସେଡ୍ୟୁଲ, ଏହି ସହରରେ ଖେଳିବ ପାକିସ୍ତାନ

ଆଇସିସି ୱାର୍ଲଡ କପ୍ ୨୦୨୫କୁ ନେଇ ବଡ଼ ଘୋଷଣା କରିଛି। ଟୁର୍ଣ୍ଣାମେଣ୍ଟର ତାରିଖକୁ ନେଇ ବଡ଼ ଖୁଲାସା

ନୂଆଦିଲ୍ଲୀ: ଆଇସିସି ମହିଳା ୱାର୍ଲଡ କପ୍ ୨୦୨୫ର ସେଡ୍ୟୁଲର ଘୋଷଣା କରିଛି। ଏହି ଟୁର୍ଣ୍ଣାମେଣ୍ଟ ଭାରତରେ ଖେଳାଯିବ। ମହିଳା ୱାର୍ଲଡ କପର ଏହି ୧୯ତମ ସଂସ୍କରଣ ୩୦ ସେପ୍ଟେମ୍ବରରୁ ୨ ନଭେମ୍ବର ପର୍ଯ୍ୟନ୍ତ ବେଙ୍ଗାଲୁରୁ, ଗୋହ୍ୱାଟି, ଇନ୍ଦୋର, ବିଶାଖାପାଟନମ ଏବଂ କୋଲମ୍ବୋରେ ଖେଳାଯିବ।

ସେହିପରି ୧୨ ବର୍ଷ ପରେ ଭାରତରେ ମହିଳା ୱାର୍ଲଡ କପ ଖେଳାଯିବ। ୨୦୧୬ରେ ଭାରତରେ ମହିଳା ଟି୨୦ ୱାର୍ଲଡ କପ ଖେଳାଯାଇଥିଲା। ଟୁର୍ଣ୍ଣାମେଣ୍ଟରେ ସମୁଦାୟ ୮ଟି ଟିମ ଭାଗ ନେବେ, ଯେଉଁଥିରେ ଭାରତ, ଅଷ୍ଟ୍ରେଲିଆ, ଇଂଲଣ୍ଡ, ନ୍ୟୁଜିଲ୍ୟାଣ୍ଡ, ସାଉଥ ଆଫ୍ରିକା, ଶ୍ରୀଲଙ୍କ. ପାକିସ୍ତାନ ଏବଂ ବାଂଲାଦେଶ ସାମିଲ ରହିଛି।

ଏହି ଟୁର୍ଣ୍ଣାମେଣ୍ଟ ଭାରତର ବେଙ୍ଗାଲୁରୁର ଏମ.ଚିତ୍ରାସ୍ୱାମୀ ଷ୍ଟାଡିୟମ, ଗୋହ୍ୱାଟିର ଏସିଏ ଷ୍ଟାଡିୟମ, ଇନ୍ଦୋରର ହୋଲକର ଷ୍ଟାଡିୟମ ଏବଂ ବିଶାଖାପାଟନମର ଏସିଏ-ବିଡିସିଏ ଷ୍ଟାଡିୟମରେ ଖେଳାଯିବ।

ପାକିସ୍ତାନର ଟିମ ୱାର୍ଲଡ କପରେ ଖେଳିବା ପାଇଁ ଭାରତ ଆସିବ ନାହିଁ। ପାକିସ୍ତାନ ଟିମ ନିଜ ୱାର୍ଲଡ କପ ମ୍ୟାଚ କୋଲମ୍ବୋର ଆର ପ୍ରେମଦାସା ଷ୍ଟାଡିୟମରେ ଖେଳିବ। ସେହିପରି ଭାରତ ନିଜର ପ୍ରଥମ ମ୍ୟାଚ ୩୦ ସେପ୍ଟେମ୍ବରରେ ବେଙ୍ଗଲୁରୁରେ ଖେଳିବ।