ନୂଆଦିଲ୍ଲୀ: ମହାମାରୀ କୋଭିଡ ୧୯ ସାରା ବିଶ୍ୱକୁ କାବୁ କରି ରଖିଥିଲା । ଏହା ଜନସାଧାରଣଙ୍କୁ ସଂକଟ ପରିସ୍ଥିତିରେ ପକାଇବା ସହ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଇଥିଲା ।
ଟୀକା ଆସିବା ପରେ କୋଭିଡ୍ ଧିରେ ଧିରେ କମିଥିଲା । କିନ୍ତୁ ପୁଣିଥରେ ଏହି କରୋନା ଦେଶରେ ବ୍ୟାପିବା ଦେଖିବାକୁ ମିଳିଛି । ଭାରତରେ ଏହାର ଆକ୍ରାନ୍ତଙ୍କ ସଂଖ୍ୟା ଖୁବ ବଢିବାରେ ଲାଗିଛି ।
ବର୍ତ୍ତମାନ ସକ୍ରିୟ ଆକ୍ରାନ୍ତ ସଂଖ୍ୟା ଦେଶରେ ୪୦୨୬ରେ ପହଞ୍ଚିଛି । ୨୪ ଘଣ୍ଟାରେ ୫୧୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୫ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ମଧ୍ୟ ଘଟିଛି । ବର୍ତ୍ତମାନ ସୁଦ୍ଧା ଦେଶରେ ୩୭ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।