ସକାଳୁ କଲବଲ କଲାଣି ଖରାର ତାତି, ସାଢେ ୮ଟା ସୁଦ୍ଧା ଟପିଲା ଏତିକି ତାପମାତ୍ରା

ସାଢେ ୮ଟା ସୁଦ୍ଧା ୩୪ ଡିଗ୍ରୀ ଟପିଲା ତାପମାତ୍ରା

ଭୁବନେଶ୍ୱର: ଜଳୁଛି ଉପକୂଳ । ସକାଳ ସାଢେ ୮ଟା ସୁଦ୍ଧା ୩୪ ଡିଗ୍ରୀ ଟପିଲା ତାପମାତ୍ରା । ବାଲେଶ୍ୱରରେ ସର୍ବାଧିକ ୩୪.୮ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଭୁବନେଶ୍ୱରରେ ତାପମାତ୍ରା ୩୩.୪ ଡିଗ୍ରୀ ରହିଛି ।

ଆର୍ଦ୍ରତା ୬୭.୨% ଥିବାରୁ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି । ପୁରୀରେ ତାପମାତ୍ରା ୩୪.୬, ଚାନ୍ଦବାଲିରେ ୩୩.୪ ଡିଗ୍ରୀ । ପାରାଦୀପରେ ୩୨.୮, ଗୋପାଳପୁରରେ ୩୨.୨ ଡିଗ୍ରୀ ରହିଛି ।
ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଖରା ଓ ଗୁଳୁଗୁଳି ପାଇଁ ସତର୍କ ସୂଚନା ଜାରି କରାଯାଇଛି । ଆଜି ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ଗରମ ଓ ଗୁଳୁଗୁଳି ହେବ ।

ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼ ଓ ଗଂଜାମରେ ଗୁଳୁଗୁଳି ଓ ଗରମ ନାକେଦମ୍ କରିବ। ସେହିପରି, ଆସନ୍ତାକାଲି ବାଲେଶ୍ବର, ଭଦ୍ରକ,ଯାଜପୁର,କେନ୍ଦ୍ରାପଡା, କଟକ ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଂଜାମ ଓ ଗଜପତିରେ ଭୀଷଣ ଗରମ ହେବ। ଗୁରୁବାର ଓ ଶୁକ୍ରବାର ବି ତାତିରୁ ତ୍ରାହି ମିଳିବନି।