IPL 2025 Awards Winners List: କିଏ ପାଇଲା ଅରେଞ୍ଜ ଏବଂ ପର୍ପଲ କ୍ୟାପ୍? କାହାକୁ ମିଳିଲା ଟାଟା କର୍ଭ କାର ଜାଣନ୍ତୁ

ନଜର ପକାନ୍ତୁ IPL 2025 ଆଓ୍ହାର୍ଡ ଓ୍ବିନର ଲିଷ୍ଟ ଉପରେ

ନୂଆଦିଲ୍ଲୀ: ମୁମ୍ବାଇ ଇଣ୍ଡିଆନ୍ସ (ଏମ୍ଆଇ) ବିପକ୍ଷରେ ଏଲିମିନେଟରରେ ହାରିବା ପରେ ଗୁଜୁରାଟ ଟାଇଟାନ୍ସ (ଜିଟି) ଆଇପିଏଲ 2025 ଫାଇନାଲରେ ପହଞ୍ଚିପାରିଲା ନାହିଁ । କିନ୍ତୁ ସେମାନଙ୍କର ବ୍ୟାଟସମ୍ୟାନ ସାଇ ସୁଦର୍ଶନ ଏବଂ ଦ୍ରୁତ ବୋଲର ପ୍ରସିଦ୍ଧ କୃଷ୍ଣ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ର 18ତମ ସଂସ୍କରଣର ଦୁଇ ସବୁଠାରୁ ବଡ଼ ସୁପରଷ୍ଟାର ଭାବରେ ଉଭା ହୋଇଥିଲେ।

ସର୍ବାଧିକ ରନ ପାଇଁ ଅରେଞ୍ଜ କ୍ୟାପ୍ ଏବଂ ସର୍ବାଧିକ ୱିକେଟ ପାଇଁ ପର୍ପଲ୍ କ୍ୟାପ୍ ଜିତିଥିଲେ । ଯେତେବେଳେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଶେଷରେ ଫାଇନାଲରେ ପଞ୍ଜାବ କିଙ୍ଗସ (ପିବିକେଏସ) ବିପକ୍ଷରେ 6 ରନର ରୋମାଞ୍ଚକର ବିଜୟ ସହିତ ସେମାନଙ୍କର 18 ବର୍ଷର ଅପେକ୍ଷାର ଅନ୍ତ ଘଟିଥିଲା ।

ଅରେଞ୍ଜ କ୍ୟାପ୍ – ସାଇ ସୁଦର୍ଶନ
ଗୁଜୁରାଟ ଟାଇଟାନ୍ସର ଷ୍ଟାର ବ୍ୟାଟସମ୍ୟାନ ସାଇ ସୁଦର୍ଶନ ଆଇପିଏଲ 2025 ରେ 15 ମ୍ୟାଚରେ 54.21 ହାର ଏବଂ 156.17 ଷ୍ଟ୍ରାଇକ୍ ରେଟ୍ ରେ 759 ରନ କରିଥିଲେ ଏବଂ ଅରେଞ୍ଜ କ୍ୟାପ୍ ଜିତିଥିଲେ । ସେ ଟୁର୍ଣ୍ଣାମେଣ୍ଟରେ 1 ଶତକ ଏବଂ 6 ଅର୍ଦ୍ଧଶତକ ମଧ୍ୟ କରିଥିଲେ । ତାଙ୍କର ସର୍ବୋତ୍ତମ ସ୍କୋର 108 ଅପରାଜିତ ଥିଲା।

ସୁଦର୍ଶନ ସମଗ୍ର ସିଜନରେ ତାଙ୍କର ଅସାଧାରଣ ପ୍ରଦର୍ଶନ ପାଇଁ ଟୁର୍ଣ୍ଣାମେଣ୍ଟର ଉଦୀୟମାନ ଖେଳାଳି ପୁରସ୍କାର ମଧ୍ୟ ଜିତିଥିଲେ। ସେ ଟୁର୍ଣ୍ଣାମେଣ୍ଟରେ 88ଟି ଚୌକା ମାରିଥିଲେ ।

ପର୍ପଲ କ୍ୟାପ୍ – ପ୍ରସିଦ୍ଧ କ୍ରିଷ୍ଣା
ଗୁଜୁରାଟ ଟାଇମ୍ସ ଷ୍ଟାର ବୋଲର ପ୍ରସିଦ୍ଧ କୃଷ୍ଣ ୧୫ଟି ମ୍ୟାଚ୍‌ରେ ୧୯.୫୨ ହାରରେ ୨୫ଟି ୱିକେଟ୍ ନେଇ ପର୍ପଲ କ୍ୟାପ୍ ଜିତିଥିଲେ, ତାଙ୍କର ସର୍ବୋତ୍ତମ ପ୍ରଦର୍ଶନ ଥିଲା (୪/୪୧)। ଏହି ତାଲିକାରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ର ନୁର ଅହମ୍ମଦ (୧୪ ମ୍ୟାଚ୍‌ରେ ୨୪ ୱିକେଟ୍), ଆର୍‌ସିବିର ଜୋଶ ହାଜେଲଉଡ୍ (୧୨ ମ୍ୟାଚ୍‌ରେ ୨୨ ୱିକେଟ୍), ଏମ୍‌ଆଇର ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ (୧୬ ମ୍ୟାଚ୍‌ରେ ୨୨ ୱିକେଟ୍) ଏବଂ ପିବିକେଏସ୍‌ର ଦ୍ରୁତ ବୋଲର ଅର୍ଶଦୀପ ସିଂହ (୧୭ ମ୍ୟାଚ୍‌ରେ ୨୧ ୱିକେଟ୍) ଅନ୍ତର୍ଭୁକ୍ତ ।

ଭେଲ୍ୟୁବଲ ପ୍ଲେୟର- ସୂର୍ଯ୍ୟକୁମାର ଯାଦବ
ମୁମ୍ବାଇ ଇଣ୍ଡିଆନ୍ସର ଡ୍ୟାସିଂ ବ୍ୟାଟସମ୍ୟାନ ସୂର୍ଯ୍ୟକୁମାର ଯାଦବ ସିଜିନର ସବୁଠାରୁ ମୂଲ୍ୟବାନ ଖେଳାଳି (MVP) ପୁରସ୍କାର ଜିତିଛନ୍ତି । MI ଫାଇନାଲରେ ପ୍ରବେଶ କରିବାରେ ବିଫଳ ହୋଇଥିଲେ ମଧ୍ୟ, ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ ପ୍ରତିପକ୍ଷଙ୍କଠାରୁ ମ୍ୟାଚ୍ ଛଡ଼ାଇ ନେବାର କ୍ଷମତା ତାଙ୍କୁ 320.5 MVP ପଏଣ୍ଟ ପ୍ରଦାନ କରିଛି । ଏହି ସିଜିନରେ ସର୍ବାଧିକ। ସେ T20 ରେ କ୍ରମାଗତ 16 ଇନିଂସରେ 25 ରୁ ଅଧିକ ରନ ସ୍କୋର କରିବାରେ ପ୍ରଥମ ଖେଳାଳି ହୋଇଥିଲେ ।

ବୈଭବ ସୂର୍ଯ୍ୟବଂଶୀ ଟାଟା କର୍ଭ ଜିତିଲେ- ଆଇପିଏଲ ଇତିହାସରେ ଦ୍ୱିତୀୟ ଦ୍ରୁତତମ ଶତକ ହାସଲ କରିଥିବା ରାଜସ୍ଥାନ ରୟାଲ୍ସ (ଆରଆର)ର ୧୪ ବର୍ଷୀୟ ଯୁବ ବ୍ୟାଟସମ୍ୟାନ୍ ବୈଭବ ସୂର୍ଯ୍ୟବଂଶୀ ତାଙ୍କର ପ୍ରଥମ ସିଜିନରେ ଚମତ୍କାର ପ୍ରଦର୍ଶନ କରିଥିଲେ । ୨୦୭ର ମହାନ ଷ୍ଟ୍ରାଇକ-ରେଟ୍ ବଜାୟ ରଖି ସୁପର ଷ୍ଟ୍ରାଇକର ଅଫ୍ ଦି ସିଜିନ୍ ପୁରସ୍କାର ଜିତିଥିଲେ । ଯାହା ପାଇଁ ସୂର୍ଯ୍ୟବଂଶୀଙ୍କୁ ଚମକଦାର ଟାଟା କର୍ଭ କାରର ଚାବି ମଧ୍ୟ ହସ୍ତାନ୍ତର କରାଯାଇଥିଲା।