‘SpaceX ନିଜ ଡ୍ରାଗନ ମହାକାଶ ଯାନକୁ ତୁରନ୍ତ କରିବ ବନ୍ଦ’, ଟ୍ରମ୍ପଙ୍କ ସହ ବିବାଦ ପରେ କହିଲେ ଏଲନ ମସ୍କ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଏଲନ ମସ୍କଙ୍କ ମଧ୍ୟରେ ଝଗଡ଼ା ପଦାରେ ପଡ଼ିଲା

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡିନାଲ୍ଡ ଟ୍ରମ୍ପ ଏବଂ ଟେସଲାର ଚିଫ ଏଲନ ମସ୍କଙ୍କ ମଧ୍ୟରେ ଝଗଡ଼ା ବର୍ତ୍ତମାନ ସାର୍ବଜନୀନ ହୋଇଛି। ଦୁହେଁ ୱାନ୍ ବିଗ୍ ବିୟୁଟିଫୁଲ ବିଲକୁ ନେଇ ମୁହାଁମୁହିଁ ହୋଇଛନ୍ତି।

ମସ୍କ ଏହି ବିଲକୁ ନେଇ କହିଥିଲେ ଯେ, ଏହି ବିଲ ଆମେରିକାକୁ ଦେବାଳିଆ ପରିସ୍ଥିତିରେ ପହଞ୍ଚାଇବ। ଏହା ଉପରେ ଟ୍ରମ୍ପ ତୀବ୍ରତା ପ୍ରକାଶ କରିଛନ୍ତି।

ସ୍ପେସଏକ୍ସ ସହ ହୋଇଥିବା କଣ୍ଟ୍ରାକ୍ଟ ହେବ ବାତିଲ: ଟ୍ରମ୍ପ ନାସା ସହ ଏଲନ ମସ୍କଙ୍କ କମ୍ପାନୀ ସ୍ପେସଏକ୍ସ ସହ ହୋଇଥିବା ସରକାରୀ କଣ୍ଟ୍ରାକ୍ଟସକୁ ବାତିଲ କରିବା ବିଷୟରେ ମଧ୍ୟ ବିବୃତ୍ତି ଦେଇଥିଲେ।

ଏହା ଉପରେ ରିଆକ୍ଟ କରି ମସ୍କ କହିଛନ୍ତି ଯେ, ବର୍ତ୍ତମାନ ସ୍ପେସଏକ୍ସ ନିଜ ଡ୍ରାଗନ ମହାକାଶ ଯାନକୁ ତୁରନ୍ତ ବନ୍ଦ କରିଦେବେ। ଏହି ମହାକାଶଯାନ ଦ୍ୱାରା ଇଣ୍ଟରନେସନାଲ ସ୍ପେସ ଷ୍ଟେସନରେ ଫସିଥିବା ସୁନୀତା ୱିଲିୟମ୍ସଙ୍କୁ ସଫଳତା ଭାବେ ପୃଥିବୀକୁ ଅଣାଯାଇଥିଲା।

ଏବେ ବନ୍ଧୁତା ତିଷ୍ଠିବା କଷ୍ଟକର – ଟ୍ରମ୍ପ
ଉଭୟଙ୍କ ମଧ୍ୟରେ ଯୁଦ୍ଧ ତୀବ୍ର ହେବାରେ ଲାଗିଛି। ମସ୍କ ଟ୍ରମ୍ପଙ୍କ ୱାନ୍ ବିଗ୍ ବିୟୁଟିଫୁଲ୍ ବିଲ୍ କୁ ଖରାପ କହିବା ପରେ, ଏବେ ଟ୍ରମ୍ପ ମସ୍କଙ୍କ ବିରୁଦ୍ଧରେ ପ୍ରତିଶୋଧ ନେଇଛନ୍ତି। ସେ କହିଛନ୍ତି ଯେ, ଏବେ ସେମାନଙ୍କର ବନ୍ଧୁତା ତିଷ୍ଠିବା କଷ୍ଟକର।

ଯଦି ସେ ସେଠାରେ ନଥାନ୍ତେ, ତେବେ ଟ୍ରମ୍ପ ନିର୍ବାଚନ ହାରିଯାଇଥାନ୍ତେ – ମସ୍କ
ଏହାର ଜବାବରେ, ମସ୍କ ମଧ୍ୟ ପ୍ରତିଶୋଧ ନେଇଛନ୍ତି। ମସ୍କ କହିଛନ୍ତି ଯେ, ଯଦି ସେ ସେଠାରେ ନଥାନ୍ତେ, ତେବେ ଟ୍ରମ୍ପ ନିର୍ବାଚନ ଜିତି ନଥାନ୍ତେ। ଟ୍ରମ୍ପ ଏବଂ ମସ୍କଙ୍କ ମଧ୍ୟରେ ଏହି ବିବାଦ ଟେସଲାର ସେୟାରକୁ ଏକ ବଡ଼ ଧକ୍କା ଦେଇଛି। କୁହାଯାଉଛି ଯେ, ଟେସଲା ପ୍ରାୟ 150 ବିଲିୟନ ଡଲାର କ୍ଷତି ସହିଛି।

ମୁଁ ମସ୍କଙ୍କୁ ବହୁତ ସାହାଯ୍ୟ କରିଛି – ଟ୍ରମ୍ପ
ଟ୍ରମ୍ପ କହିଛନ୍ତି ଯେ, ମୁଁ ଏଲନ୍ ମସ୍କଙ୍କ ପ୍ରତି ବହୁତ ନିରାଶ, କାରଣ ସେ ରିପବ୍ଲିକାନ୍ ଟ୍ୟାକ୍ସ ବିଲ୍ କୁ ବିରୋଧ କରିଛନ୍ତି। ମୁଁ ଏଲନ୍ ମସ୍କଙ୍କୁ ବହୁତ ସାହାଯ୍ୟ କରିଛି। ଏଲନ୍ ମସ୍କ ହ୍ୱାଇଟ୍ ହାଉସକୁ ମିସ୍ କରନ୍ତି ଏବଂ ସେ ଟ୍ରମ୍ପ୍ ଡିରେଞ୍ଜମେଣ୍ଟ୍ ସିଣ୍ଡ୍ରୋମ୍ ରେ ପୀଡିତ।

ଏପରି ବଢ଼ିଲା ବିବାଦ: ଆମେରିକାର ଦୁଇ ମହାନ ବ୍ୟକ୍ତିଙ୍କ ମଧ୍ୟରେ ସମ୍ପୂର୍ଣ୍ଣ ବିବାଦ ୱାନ୍ ବିଗ୍ ବିୟୁଟିଫୁଲ୍ ବିଲ୍ ବିଷୟରେ, ଯାହାକୁ ଟ୍ରମ୍ପ୍ କାର୍ଯ୍ୟକାରୀ କରିବାକୁ ଚାହୁଁଛନ୍ତି।

ଯଦିଓ ବିଲ୍ ର ସମ୍ପୂର୍ଣ୍ଣ ବିବରଣୀ ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ, ମସ୍କ କହିଛନ୍ତି ଯେ, ଏହି ବିଲ୍ ଆମେରିକାର ଅର୍ଥନୀତି, ପ୍ରଯୁକ୍ତିବିଦ୍ୟା କ୍ଷେତ୍ର ଏବଂ ସ୍ୱାଧୀନତା ବିରୁଦ୍ଧରେ। ମସ୍କ ସୋସିଆଲ ମିଡିଆରେ ତାଙ୍କର ଲକ୍ଷ ଲକ୍ଷ ଫଲୋର୍ସ ଙ୍କୁ ଟ୍ରମ୍ପଙ୍କ ବିଲ୍ କୁ ବିରୋଧ କରିବାକୁ ନିବେଦନ କରିଛନ୍ତି।

ମସ୍କ କହିଛନ୍ତି – ଟ୍ରମ୍ପ ମିଛ କହୁଛନ୍ତି: ଗୁରୁବାର ଦିନ, ଟ୍ରମ୍ପ ଗଣମାଧ୍ୟମ ସମ୍ମୁଖରେ ମସ୍କଙ୍କ ସହ ଜଡିତ ପ୍ରଶ୍ନର ଉତ୍ତର ଦେବା ଆରମ୍ଭ କରିବା ମାତ୍ରେ ମସ୍କ ମଧ୍ୟ ସୋସିଆଲ ମିଡିଆରେ ପ୍ରତିକ୍ରିୟା ଦେବା ଆରମ୍ଭ କଲେ।

ଟ୍ରମ୍ପ କହିଥିଲେ ଯେ ମସ୍କ ଇଲେକ୍ଟ୍ରିକ୍ ଯାନ ସବସିଡି ବନ୍ଦ ହେବା ନେଇ ରାଗିଛନ୍ତି। ତାଙ୍କୁ ପୂର୍ବରୁ ବିଲ୍ ର ଡ୍ରାଫ୍ଟ ଦେଖାଯାଇଥିଲା। ଏହା ଉପରେ ମସ୍କ କହିଥିଲେ ଯେ ଟ୍ରମ୍ପ ମିଛ କହୁଛନ୍ତି।