12 ନୁହେଁ, ଜୁନ 20ରେ ଓଡ଼ିଶା ଆସିବେ ମୋଦି; ରାଜ୍ୟ ସରକାରଙ୍କର ବର୍ଷପୂର୍ତ୍ତି ଉତ୍ସବରେ ହେବେ ସାମିଲ
ଜୁନ 12 ବଦଳରେ 20 ରେ ଆସିବେ ମୋଦି । ଏନେଇ ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ।
ଭୁବନେଶ୍ବର: ଆସନ୍ତା 20 ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ । ଜୁନ 12 ବଦଳରେ 20 ରେ ଆସିବେ ମୋଦି । 20 ରେ ପାଳନ ହେବ ରାଜ୍ୟ ସରକାରଙ୍କର ବର୍ଷପୂର୍ତ୍ତି ବଡ଼ ଉତ୍ସବ । ଆଉ ଏହି ଉତ୍ସବରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
“12 ତାରିଖରେ ଆମେ ଆସିବାକୁ ନିବେଦନ କରିଥିଲୁ । 20 ତାରିଖରେ ଆସିବା ନେଇ ସମୟ ଧାର୍ଯ୍ୟ ହୋଇଛି। 12 ତାରିଖର ମୂଳ କାର୍ଯ୍ୟକ୍ରମ 20 କୁ ଘୁଞ୍ଚାଯାଇଛି । ଶେଷ କାର୍ଯ୍ୟକ୍ରମ 20 ରେ ହେବ, ସ୍ଥାନ ନିରୂପଣ ଚାଲିଛି”। ଏନେଇ ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ।