ବିଜାପୁରରେ ସୁରକ୍ଷା କର୍ମୀ ଓ ମାଓବାଦୀ ଗୁଳିବିନିମୟ, ମୋଷ୍ଟ ୱାଣ୍ଟେଡ୍ ଭାସ୍କର ସହ ତିନି ମାଓବାଦୀ ନିହତ

ମାଲକାନଗିରି ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ରାତିସାରା ଚାଲିଛି ଗୁଳି ବିନିମୟ । ସୁରକ୍ଷା କର୍ମୀଙ୍କ ଗୁଳିରେ ଆଉ ଦୁଇ ଜଣ ମାଓବାଦୀ ପ୍ରାଣ ହରାଇଥିବା ଜଣାପଡିଛି ।

ମାଲକାନଗିରି: ମାଲକାନଗିରି ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ରାତିସାରା ଚାଲିଛି ଗୁଳି ବିନିମୟ । ବିଜାପୁର ଇନ୍ଦ୍ରାବତୀ ଜାତୀୟ ଉଦ୍ୟାନ ଭିତରେ ପୁଣି ଏନକାଉଣ୍ଟର ହୋଇଛି । ରାତିସାରା ଚାଲିଛି ସର୍ଚ୍ଚ ଅପରେସନ, ଗୁଳୁବିନିମୟ । ସୁରକ୍ଷା କର୍ମୀଙ୍କ ଗୁଳିରେ ଆଉ ଦୁଇ ଜଣ ମାଓବାଦୀ ପ୍ରାଣ ହରାଇଥିବା ଜଣାପଡିଛି । ଘଟଣା ସ୍ଥଳରୁ AK47 ବନ୍ଧୁକ ସହ ଭାରି ମାତ୍ରାରେ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି ।

ଏନକାଉଣ୍ଟରରେ ଗୁରୁବାର ସିସିଏମ୍ ସୁଧାକରର ମୃତ୍ୟୁ ହୋଇଥିବା ବେଳେ ଶୁକ୍ରବାର ତେଲେଙ୍ଗାନାର କମିଟି ସଦସ୍ୟ ମୋଷ୍ଟ ୱାଣ୍ଟେଡ ମାଓ ନେତା ମାଲିରାପୁ ଆଡ଼ଲୁ ଓରଫ ଭାସ୍କର ପ୍ରାଣ ହରାଇଥିବା ନେଇ ସୁଚନା ଦେଇଥିଲେ ବସ୍ତର ଆଇଜି ସୁନ୍ଦରରାଜ ପି । ଇନ୍ଦ୍ରାବତୀ ଜାତୀୟ ଉଦ୍ୟାନ ଭିତରେ ଭାରି ସଂଖ୍ୟାରେ ମାଓବାଦୀ ଲୁଚି ରହିଥିବା ନେଇ ଗୁଇନ୍ଦା ବିଭାଗକୁ ସୂଚନା ମିଳିଛି ।

ଯାହାକୁ ଆଧାର କରି ଡିଆରଜି ଓ ସିଆରପିଏଫ ବାହିନୀ ପକ୍ଷରୁ ସେଠାରେ ମିଳିତ ଅପରେସନ ଜାରି ରହିଛି । ପୂର୍ବରୁ କେନ୍ଦ୍ରୀୟ କମିଟି ସଦସ୍ୟ ସୁଧାକର ପ୍ରାଣ ହରାଇଥିବା ବେଳେ ପୁଣି ଥରେ ଏଠାରେ ଅପରେସନ ଆରମ୍ଭ କରିଛନ୍ତି ସୁରକ୍ଷା କର୍ମୀ ।