ଆମେରିକା ରାଜନୀତି ହଇଚଇ: ରାଜନୀତିକୁ ଓହ୍ଲାଇବେ ବିଶ୍ୱର ସବୁଠୁ ଧନୀ
ଚର୍ଚ୍ଚାରେ ମସ୍କ –ଟ୍ରମ୍ପ କଳି । ଖୁବଶୀଘ୍ର ଘୋଷଣା କରିବେ ନୂଆ ଦଳ ।
ୱାଶିଂଟନ୍: ଟେସଲା ମାଲିକ ଏଲନ ମସ୍କ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଲାଗିଥିବା ବିବାଦ ଏବେ ଆଉ ଏକ ନୂଆ ମୋଡ଼ ନେଇଛି । କାରଣ ଖୁବ୍ ଶୀଘ୍ର ମସ୍କ ନିଜ ରାଜନୈତିକ ଦଳର ଘୋଷଣା କରିବାକୁ ଯାଉଛନ୍ତି ।
ଆମେରିକାରେ ଆଉ ଏକ ରାଜନୈତିକ ଦଳ ତିଆରି କରିବା ଦରକାର ବୋଲି ପ୍ରଶ୍ନ କରି ଏଲନ ମସ୍କ ଏକ ଭୋଟିଂ ପୋଲ୍ ପୋଷ୍ଟ କରିଛନ୍ତି । ଯେଉଁଥିରେ ୟୁଜର୍ସ ନିଜ ମତ ଦେବାରେ ଲାଗିଛନ୍ତି ।
୮୦%ରୁ ଅଧିକ ଲୋକ ନୂଆ ଦଳ ଗଠନ ପାଇଁ ସହମତି ପ୍ରକାଶ କରିଛନ୍ତି । ଏଥିରେ କମେଣ୍ଟ କରିଥିବା କିଛି ୟୁଜର୍ସଙ୍କୁ ରିପ୍ଲାଏ ମଧ୍ୟ ଦେଇଛନ୍ତି ମସ୍କ ।
ହେଲେ ବିଶ୍ୱର ସବୁଠୁ ଧନୀ ମସ୍କ ନିଜସ୍ୱ ରାଜନୈତିକ ଦଳ ଗଢ଼ିବା ପାଇଁ କେତେଦୂର ଚିନ୍ତା କରୁଛନ୍ତି ତାହା ସ୍ପଷ୍ଟ ହୋଇ ନାହିଁ ।